ସୋରରୁ କଂଗ୍ରେସ ପ୍ରାର୍ଥୀ ହେବେ ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ର ପରମାଣିକ, ସିମୁଳିଆରୁ ଅନନ୍ତ ସେଠୀ ! ପିସିସି ସଭାପତିଙ୍କ ଘର ଆଗରେ ସାଲେପୁର କଂଗ୍ରେସ କର୍ମୀ...

Published By : Prameya-News7 Bureau | April 05, 2019 IST

ଭୁବନେଶ୍ବର ୫|୪ : ବାଲେଶ୍ବର ଜିଲ୍ଲାର ସୋର ଏବଂ ସିମୁଳିଆ ନିର୍ବାଚନମଣ୍ଡଳୀର ଟିକେଟ୍ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ନେତା ଅନନ୍ତ ସେଠୀ ।ଆଜି ସକାଳୁ କ୍ଷୁବ୍ଧ ହୋଇ ଅନନ୍ତ ପିସିସି ସଭାପତି ନିରଞ୍ଜନଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ଟିକେଟ୍ ପାଇଁ ସେ ଦାବି ଜଣାଇଥିଲେ । ଏଥିସହ ସୋର ସଂପର୍କରେ ମଧ୍ୟ ନିଜର ପରାମର୍ଶ ଦେଇଥିଲେ । ୪ର୍ଥ ପର୍ଯ୍ୟାୟରେ ହେବାକୁ ଥିବା ବାଲେଶ୍ବର ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀଗୁଡିକ ସଂପର୍କରେ ଅନନ୍ତ ସେଠୀ ପିସିସି ସଭାପତିଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆଲୋଚନା ପରେ ପିସିସି ସଭାପତି କହିଛନ୍ତି ଯେ, ସୋର ପାଇଁ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକଙ୍କ ନାଁ ଏଆଇସିସିକୁ ଅନୁମୋଦନ କରି ପଠାଯାଇଛି । ସୁରେନ୍ଦ୍ର ପରମାଣିକ ସୋରରୁ ପ୍ରାର୍ଥୀ ହେଲେ ଅନନ୍ତ ସେଠୀ ସିମୁଳିଆରୁ ପ୍ରାର୍ଥୀ ହେବା ସମ୍ଭାବନା ରହିଛି ।

{"id":100364}

ଅପରପକ୍ଷରେ ସାଲେପୁରର କିଛି କଂଗ୍ରେସ କର୍ମୀ ମଧ୍ୟ ନିରଞ୍ଜନଙ୍କ ବାସଭବନରେ ଡେରା ପକାଇଥିଲେ । ସାଲେପୁରରେ ଜଣେ ସଚ୍ଚା କଂଗ୍ରେସ କର୍ମୀଙ୍କୁ ଟିକେଟ ଦେବା ପାଇଁ କର୍ମୀମାନେ ଦାବି କରିଛନ୍ତି । ବିଶ୍ବ ରଞ୍ଜନ ଖଟେଇ ଏବେ କଂଗ୍ରେସରେ ଯୋଗ ଦେବାପରେ ତାଙ୍କୁ ଟିକେଟ ମିଳିପାରେ ବୋଲି ଆଲୋଚନା ହେଉଛି । ବିଧାୟକ ପ୍ରକାଶ ବେହେରା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବାପରେ ସାଲେପୁରରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି । କର୍ମୀମାନେ କହିଛନ୍ତି ଯେ, ସେଠାରେ ବିଶ୍ବରଞ୍ଜନ ଖଟେଇଙ୍କ ପ୍ରାର୍ଥୀ କରାଗଲେ ପୁରୁଣା କଂଗ୍ରେସ ଲୋକମାନେ ସ୍ବାଧୀନ ପ୍ରାର୍ଥୀ ଠିଆ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.