ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ୮୩ ବର୍ଷ ବୟସରେ ପରଲୋକ
9/03/2020 at 8:59 AM

ବୌଦ୍ଧ ୦୯।୦୩: ବୌଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ଦେହାନ୍ତ । ୮୩ ବର୍ଷ ବୟସରେ ପରଲୋକ ହୋଇଛି । ଅସୁସ୍ଥ ହୋଇ ରବିବାର ଠାରୁ ବୁର୍ଲା ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ । ସୋମବାର ଭୋରରୁ ତାଙ୍କର ଦେହାନ୍ତ ହୋଇଛି । ସ୍ବର୍ଗତ ପ୍ରହଲ୍ଲାଦ ବେହେରା ଅବିଭକ୍ତ ଫୁଲବାଣୀ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ 1977 ମସିହାରେ ଜନତା ପାର୍ଟି ତରଫରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରି ଜଣେ ଆଗ ଧାଡ଼ିର ରାଜନୀତିଜ୍ଞ ଭାବେ ବେଶ ଲୋକ ପ୍ରିୟତା ହାସଲ କରିଥିଲେ । ପ୍ରହଲ୍ଲାଦ ବେହେରାଙ୍କ ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଥିବା ନିଜ ବାସଭବନକୁ ନିଆଯାଉଛି ।ସେଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବ ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021