Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଦୁର୍ନୀତିର ଗନ୍ତାଘର ନୀଳଗିରି ବ୍ଲକ ! ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁର୍ବତନ ବିଧାୟକ

10/10/2021 at 10:27 PM

ନୀଳଗିରି,୧୦/୧୦: ଦୁର୍ନୀତିର ସବୁ ସୀମା ଟପିଯାଇଛି ନୀଳଗିରି ବ୍ଲକ । ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥକୁ ଦୁରୂପଯୋଗ କରି ଆତ୍ମସାତ କରିଛନ୍ତି ଅଧିକାରୀ ।ଏଭଳି ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନୀଳଗିରିର ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି କରିଛନ୍ତି । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ୨୫ଟି ପଞ୍ଚାୟତକୁ ନେଇ ଗଠିତ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଆସୁଥିବା ଅର୍ଥ ସଠିକ ବିନିଯୋଗ ନକରି ହଡପ କରିଥିବା ଅଭିଯୋଗ ଉଠିଛି । କୋଭିଡ ସମୟରେ ଟିଏମସି ସେଣ୍ଟରକୁ ଆସିଥିବା ଅର୍ଥ କାମ ନହୋଇ ହଡ଼ପ ହୋଇଛି ।

କୋଭିଡ ରୋଗୀଙ୍କ ପାଇଁ ବେଡ଼ ହେଉ କିମ୍ବା ଅସହାୟ ଲୋକଙ୍କ ପାଇଁ ଖାଦ୍ୟ ବଣ୍ଟନରେ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଛି । ମୋ ବଗିଚା ଓ ଗୁହାଳ ଘର ଯୋଜନାରେ ହିତାଧିକାରୀ ନାମରେ ଲକ୍ଷ ଲକ୍ଷ ଟଙ୍କା ବାଟ ମାରଣ ହୋଇଥିବା ବେଳେ ପଞ୍ଚାୟତ ରେ କାମ ଗୁଡିକ ଭିଲେଜ କମିଟି ନାଁରେ ନକରି ଡିପାର୍ଟମେଣ୍ଟ ନାଁରେ  କରାଇ କୋଟି କୋଟି ଟଙ୍କାର ଅନିୟମିତତା ହୋଇଛି ବୋଲି ଚିତ୍ତରଞ୍ଜନ ଅଭିଯୋଗ କରିଛନ୍ତି। । ଏପରିକି ବହୁ କାମର ମିଥ୍ୟା  ବିଲ୍‌ ମଧ୍ୟ ହୋଇଛି । କଣ୍ଟିଜେନ୍ସିରେ ଥିବା ଅର୍ଥକୁ ଉନ୍ନୟନ ମୂଳକ କାର୍ଯ୍ୟରେ ଲଗାଇ ଏହାକୁ ଟେଣ୍ଡର ନକରି ସରକାରୀ ଆଇନକୁ ଫୁ କରିଛନ୍ତି । ଜେଇଙ୍କ ନାଁରେ ରଖି କିଛି ନିର୍ଦିଷ୍ଟ ଦଳର ଠିକାଦରଙ୍କୁ କାମ ଦେଇଥିବା ଦେଖାଯାଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅବସର ପରେ ମଧ୍ୟ ପଛ ତାରିଖରେ ବିଲ କରାଇ ଲକ୍ଷଲକ୍ଷ ଟଙ୍କା ବାଟ ମାରଣା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। \

ଏହା ସହ ବିଡ଼ିଓ ନୀଳଗିରି ହେଡ କ୍ବାର୍ଟରରେ ରହୁନଥିବା ବେଳେ ଜରୁରୀ ପରିସ୍ଥିତି ରେ କେମିତି ହିତାଧିକାରୀ ସରକାରୀ ସେବା ପାଉଥିବେ ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି । ସରକାରୀ ବାସଭବନ ଗୁଡିକ ନିର୍ମାଣ ନାଁରେ ଲକ୍ଷଲକ୍ଷ ଟଙ୍କା ଅପବ୍ୟବହାର ହେଉଛି । ଏଭଳି ଅନେକ ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି ନୀଳଗିରିର ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ । ସମସ୍ତ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି ପତ୍ର ଦେଇଥିବା ବେଳେ ଏହାର ପଞ୍ଚାୟତରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଡିଜି ଭିଜିଲାନ୍ସ, ବାଲେଶ୍ଵର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ସେ ତଦନ୍ତରେ ସହଯୋଗ କରିବେ ବୋଲି କହିବା ସହ ମିଥ୍ୟା ପ୍ରମାଣ ହେଲେ ତାଙ୍କୁ ଦଣ୍ଡିତ କରାଯାଉ ଆଉ ସତ୍ୟ ଆସିଲେ ସମ୍ପୃକ୍ତ ଅଧିକାରୀ,  ଯନ୍ତ୍ରୀଙ୍କୁ ଜେଲକୁ ପଠାଇବାର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ଚିତ୍ତରଞ୍ଜନ । ଯଦି ଆଗାମୀ ୧୦ ଦିନ ଭିତରେ କୌଣସି କାର୍ଯ୍ୟନୁଷ୍ଠାନ ନନିଆଯାଏ ତାହେଲେ ଅଞ୍ଚଳର ସ୍ୱାର୍ଥ ଦୃଷ୍ଟିରୁ ସେ ଶତାଧିକ ହିତାଧିକାରୀଙ୍କୁ ଧରି ବ୍ଲକ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏନେଇ ବିଡ଼ିଓ ଅନିତା ନାୟକ ଚିତ୍ତରଞ୍ଜନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

   Related Posts