Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାସକର ପେନ୍‌ସନ ଦାନ କଲେ ପୂର୍ବତନ ବିଧାୟକ

17/05/2020 at 3:27 PM

ଭଦ୍ରକ ୧୭।୦୫: କାରୋନା ଯୁଦ୍ଧରେ ଆପଣ ପ୍ରକୃତ ଯୋଦ୍ଧା । ଘରକୁ ପର କରି ଆପଣ ଏବେ କାରୋନା କୁ ହରାଇବା ପାଇଁ ସତଚେଷ୍ଟିତ । ସେଥି ପାଇଁ ଆପଣଙ୍କୁ ମୁଁ ସମ୍ମାନିତ କରୁଛି । ଏହି କଥା ହେଉଛି ସ୍ୱାସ୍ଥ୍ୟକର୍ମୀ , ପୋଲିସ , ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ଙ୍କୁ ସମ୍ବର୍ଦ୍ଧନା କରିବା ବେଳର । ଧାମନଗର ନିର୍ବାଚନମଣ୍ଡଳୀ ର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏବେ ବୁଲି ବୁଲି କାରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩ଶହରୁ ଅଧିକ ଜଣଙ୍କୁ ସମ୍ବର୍ଦ୍ଧିତ କରିସାରିଲେଣି । ଦିନରାତି ପରିଶ୍ରମ କରୁଥିବା ପୋଲିସ , ସ୍ୱାସ୍ଥ୍ୟକର୍ମୀ ଙ୍କୁ ସମ୍ମାନିତ କରୁଛନ୍ତି । ଗ୍ରାମାଞ୍ଚଳରେ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ମାନେ ସର୍ଭେ କାମରେ ନିୟୋଜିତ ଅଛନ୍ତି । ସେଥିପାଇଁ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ନିଜର ଏକ ମାସର ପେନସନ ୩୨ ହଜାର ଟଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଗାଁ ଗାଁ ବୁଲି ପ୍ରବାସୀ ଲୋକଙ୍କୁ କ୍ଵାରେଣ୍ଟାଇନ ରେ ରହିବା ପାଇଁ ମଧ୍ୟ ଅନୁରୋଧ କରୁଛନ୍ତି । ଧାମନଗର ଥାନା , ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର , ଧୂସୁରି ଥାନା ଓ ଏରିୟା ହସ୍ପିଟାଲ ରେ ମଧ୍ୟ ସମ୍ବର୍ଦ୍ଧନା କରିଛନ୍ତି ।

   Related Posts