ଡକାୟତି ମାମଲାରେ ପୂର୍ବତନ ବିଧାୟକ ଗିରଫ

Published By : Prameya-News7 Bureau | February 23, 2021 IST

କନ୍ଧମାଳ୨୩/୨:  ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ। ଫୁଲବାଣୀ ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଫୁଲବାଣୀସ୍ଥିତ ଏଫ୍‌ସିଆଇ ଛକରୁ ବିଧାୟକଙ୍କୁ ଗିରଫ କରିଛି ପୋଲିସ। କେଉଁ କାରଣରୁ ତାଙ୍କୁ ପୋଲିସ ଗିରଫ କରିଛି, ତାହା ଜଣାପଡି ନଥିବା ବେଳେ ଏକ ଡକାୟତି ମାମଲାରେ ତାଙ୍କୁ ଗରିଫ କରାଯାଇଥିବା ସନ୍ଦେହ କରାଯାଉଛି।

ବର୍ତ୍ତମାନ ଟାଉନ୍‌ ଥାନାରେ ବିଧାୟକ ଥିବା ଜଣାପଡିଛି। କାହିଁକି ତାଙ୍କୁ ଗିରଫ କରାଯାଇଛି,ଏ ନେଇ ପୋଲିସ ସ୍ପଷ୍ଟ କରି ନାହିଁ। କେବଳ ବିଧାୟକ ନୁହନ୍ତି ତାଙ୍କ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ମିଳିଥିବା ସାମ୍ୟକ ସୂଚନା ମୁତାବକ, ଫେବୃଆରୀ ୧୧ ତାରିଖରେ ଏକ କଡାୟତି ହୋଇଥିଲା। ଏ ନେଇ ଫୁଲବାଣୀ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଫୁଲବାଣୀ ଟାଉନ୍ ପୋଲିସ ତାଙ୍କୁ ଗିରଫ କରିଥାଇପାରେ ବୋଲି ଅନୁମାନ କରାଯାଉଛି। ବିଧାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ୧୭୦, ୪୧୭, ୪୧୯,୩୮୪, ୩୯୫ (IPC) ଦଫା ଲାଗିଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଦେବେନ୍ଦ୍ରଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି। ପୂର୍ବରୁ ଅନ୍ଧ୍ରପ୍ରଦେଶର ଇଛାପୁରମରୁ ତାଙ୍କୁ ଗିରଫ କରିଥିଲା ପୋଲିସ। ଏପରି କି ଶ୍ରୀ କହଁରଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ସହ ଜଣେ ଆଦିବାସୀ ମହିଳାଙ୍କ ଘରେ ପଶି ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ତାଙ୍କୁ ପୋଲିସ ମଧ୍ୟ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.