ଏହି ନର୍ସିଂ କଲେଜରେ ଛାତ୍ରୀଙ୍କୁ ସାଙ୍ଗରେ ଶୋଇବାକୁ ବାଧ୍ୟ କରୁଥିଲେ ପ୍ରିନ୍ସିପାଲ, କଂଗ୍ରେସର ପୂର୍ବତନ ବିଧାୟକ ଗିରଫ

Published By : Prameya-News7 Bureau | May 22, 2019 IST

ଚନ୍ଦ୍ରପୁର ୨୨।୫ : ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଅବସ୍ଥିତ ଏକ ନର୍ସିଂ କଲେଜରେ ଛାତ୍ରୀମାନଙ୍କୁ ଯୌନ ନିର୍ଜାତନା ଦିଆଯାଉଥିବା ନେଇ ଥାନାରେ ଏତଲା ରୁଜୁ ହୋଇଛି । ପୋଲିସ ମାମଲାରେ ପୂର୍ବତନ କଂଗ୍ରେସ ବିଧାୟକ ସୁଭାଷ ଧୂତେଙ୍କୁ ଗିରଫ କରିଥିବା ବେଳେ ରାଜୁରା ନଗରପାଳିକା ଅଧ୍ୟକ୍ଷ ଅଋଣ ଧୂତେ ମଧ୍ୟ ଗିରଫ ହୋଇଛନ୍ତି।

{"id":114810,"align":"center"}

ବିରଣୀରୁ ପ୍ରକାଶ ଯେ ସୂଭାଷ ରାଜୁରାସ୍ଥିତ କଲ୍ୟାଣୀ ନର୍ସିଂ ଏଜୁକେସନ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ଅଟନ୍ତି। ଅଭିଯୋଗକାରିଣୀ ଏହି ଅନୁଷ୍ଠାନରେ ପାଠ ପଢୁଥିଲେ। ତେବେ ତତ୍କାଳୀନ ପ୍ରିନ୍ସିପାଲ ଅଋଣ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନା କରିବାକୁ କହିଥିଲେ। ଏଥିରେ ସେ ରାଜି ନ ହେବାରୁ ତାଙ୍କୁ କଲେଜରୁ ବହିଷ୍କାର କରାଯାଇଛି। ଏ ନେଇ ଛାତ୍ରୀ ସଂସ୍ଥାନର ଅଧ୍ୟକ୍ଷ ସୁଭାଷଙ୍କ ନିକଟରେ ମଧ୍ୟ ଅଭିଯୋଗ ମଧ୍ୟ କରିଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ କରିବା ବଦଳେ ତାଙ୍କୁ କଲେଜରୁ ବହିଷ୍କାର କରିଥିବା ପୋଲିସ ଅଭିଯୋଗରେ ଦର୍ଶାଇଛନ୍ତି।

{"id":114811,"width":585,"height":330}

ଗତବର୍ଷ ଅକ୍ଟୋବର ମାସରେ ଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା। ଘଟଣା ନେଇ ଛାତ୍ରୀଜଣକ ନିକଟରେ  ପୋଲିସରେ ଅଭିଯୋଗ କରିବା ପରେ କଲେଜର ତତ୍କାଳୀନ ପ୍ରିନ୍ସିପାଲ ଓ କଲେଜର ଅଧ୍ୟକ୍ଷ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଜାମିନ ନିବେଦନ ଖାରଜ ହୋଇଯାଇଥିବା ବେଳେ କୋର୍ଟ ସେମାନଙ୍କୁ ମେ ୨୪ ତାରିଖ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.