Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କ ଦେହାନ୍ତ, ୭୯ ବର୍ଷ ବୟସରେ ପରଲୋକ

14/04/2020 at 9:20 AM

ସମ୍ବଲପୁର ୧୪।୦୪ : ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କ ଦେହାନ୍ତ । ଆଜି ସକାଳୁ ତାଙ୍କ ସମ୍ବଲପୁର ହୀରାକୁଦ କଲୋନୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଦେହାନ୍ତ ସମୟରେ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିଥିଲେ ।

ସନାତନ ବିଶି ୧୯୯୪ରୁ ୨୦୦୦ ମସିହା ଯାଏଁ ଜନତା ଦଳର ରାଜ୍ୟସଭା ସଦସ୍ୟ ଥିଲେ। ଏହାପରେ ସେ ୨୦୦୦ ଓ ୨୦୦୪ରେ ଦୁଇ ଥର  ବିଜେଡି ଟିକେଟରେ ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ସନାତନ ବିଶି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସନାତନ ଜଣେ ଦୃଢ ସଂଗଠନ ଭାବେ ବେଶ ଜଣାଶୁଣା । ସନାତନଙ୍କୁ ଶେଷ ଦର୍ଶନ ଲାଗି ବାସଭବନରେ ବରିଷ୍ଠ ରାଜନେତାମାନେ ପହଞ୍ଚୁଥିବା ଜଣାପଡିଛି ।

   Related Posts