ପୂର୍ବତନ ବିଧାୟକ କୋଭିଡ୍ ପଜିଟିଭ୍

Published By : Prameya-News7 Bureau | August 28, 2020 IST

ଆଳି୨୮/୮: ଆଳି ଅଞ୍ଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଗୁରୁବାର  ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କରୋନା ଆକ୍ରାନ୍ତ ହୋଇଥିବା ସ୍ୱାବ ରିପୋର୍ଟରୁ ଜଣାପଡିଛି । ସୂଚନା ମୁତାବକ ଶ୍ରୀ ଶର୍ମା କିଛିଦିନ ହେବ ଜ୍ୱରରେ ପୀଡିତ ଥିଲେ । ଜ୍ୱର ନକମିବାରୁ ଗୁରୁବାର ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ହସ୍‌ପିଟାଲକୁ ଯାଇଥିଲେ । ସେଠାରେ ତାଙ୍କ ସ୍ୱାବ ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ସେଠାରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଛି । ପୂର୍ବତନ ବିଧାୟକ ପଜିଟିଭ୍‌ ଚିହ୍ନଟ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର ପରୀକ୍ଷା କରାଇ ନେବାକୁ ସେ ତାଙ୍କ କର୍ମୀମାନଙ୍କ ସ୍ୱତନ୍ତ୍ର ମେସେଜ୍‌ରେ ନିବେଦନ କରିଛନ୍ତି । ସମର୍ଥକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.