Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୧୦୦ କୋଟି ଟଙ୍କା ବଟି ମାମଲା: ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ CBIର ୮ ଘଣ୍ଟା ଜେରା

14/04/2021 at 9:51 PM

ମୁମ୍ବାଇ ୧୪।୪: ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବୁଧବାର ସିବିଆଇ ପଚରା ଉଚରା କରିଛନ୍ତି। ଏଥିପାଇଁ ଦେଶମୁଖ ସିବିଆଇ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିବା ବେଳେ ତାଙ୍କୁ ଦୀର୍ଘ ୮ ଘଣ୍ଟା ଧରି ପଚରା ଉଚରା କରାଯାଇଛି। ତେବେ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ଆଣିଥିବା ଅଭିଯୋଗ ନିରାଧାର ଓ ରାଜ୍ୟର ମହାବିକାଶ ଅଘାଡି (ଏମଭିଏ) ସରକାରଙ୍କୁ ବଦନାମ କରିବା ଲାଗି ବୋଲି ସେ କହିଛନ୍ତି।

ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ରାଜ୍ୟ ଗୃହମନ୍ତ୍ରୀ ମହାରାଷ୍ଟ୍ର ପୋଲିସକୁ ୧୦୦ କୋଟି ଟଙ୍କା ବଟି ଆଦାୟ ନିର୍ଦ୍ଦେଶ ଦେଇଥିଲେ ବୋଲି ଏକ ଜନସ୍ୱାର୍ଥ ମାମଲାରେ ବମ୍ବେ ହାଇକୋର୍ଟଙ୍କୁ ଅଭିଯୋଗ କରିଥିଲେ। ମାମଲାର ସିବିଆଇ ତଦନ୍ତ ଦାବି ମଧ୍ୟ କରିଥିଲେ। ସେହି ଅନୁସାରେ କୋର୍ଟ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ୧୫ ଦିନ ମଧ୍ୟରେ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିବ ସିବିଆଇ। 

ସେହି ଅନୁସାରେ ସିବିଆଇ ପୂର୍ବତନ ଗୃହମନ୍ତ୍ରୀଙ୍କୁ ପଚରାଉଚରା ଲାଗି ହାଜର ହେବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ବେଳେ ସେ ବୁଧବାର ହାଜର ହୋଇଥିଲେ। ଏସପି ସ୍ତରର ଅଧିକାରୀ ମାନେ ତାଙ୍କୁ ପଚରା ଉଚରା କରିଥିବା ବେଳେ ସେ ତାଙ୍କ ବିରୋଧରେ ଆଗତ ଅଭିଯୋଗକୁ ଟାଳି ଯାଇଛନ୍ତି। ତେବେ ମାମଲାରେ ତାଙ୍କୁ ପୁଣି ପଚରା ଉଚରାକୁ ଡକା ଯିବକି ନା ତଦନ୍ତକାରୀ ସଂସ୍ଥାନ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି।

ତେବେ ମାମଲାର ତଦନ୍ତରେ ସିବିଆଇ ଏପର୍ଯ୍ୟନ୍ତ ଦେଶମୁଖଙ୍କୁ ମିସାଇ ମୋଟ ୯ ଜଣଙ୍କୁ ପଚରା ଉଚରା କଲାଣି। ଏଥିରେ ଦେଶମୁଖ, ତାଙ୍କର ୨ ବ୍ୟକ୍ତିଗତ ସହାୟକ ସଞ୍ଜିବ ପଲାନ୍ଦେ ଓ କୁନ୍ଦନ ସିନ୍ଦେ, ଅଭିଯୋଗକାରୀ  ପରମବୀର ସିଂହ, ଡିସିପି ରାଜୁ ଭୁଜବଲ, ଏସିପି ସଞ୍ଜୟ ପାଟିଲ, ଏପିଆଇ ସଚ୍ଚିନ ବାଜେ ଓ ତାଙ୍କର ୨ ଜଣ ବାହନ ଚାଳକ ସିବିଆଇ ପଚରାଉଚରାର ସମ୍ମୁଖୀନ ହୋଇଛନ୍ତି।

   Related Posts