ଧୋକା ଦେଇଥିବା ପ୍ରେମିକା ପାଇଁ ପୁରୁଣା ପ୍ରେମିକ ସାଜିଲା ଭିଲିଆନ , କଲେଜରୁ ଉଠାଇ ନେଇ କଲା ଅସଦାଚରଣ

Published By : Prameya-News7 Bureau | February 19, 2019 IST

ଧାନବାଦ ୧୯/୨- ଜଣେ ଯୁବତୀଙ୍କୁ ପ୍ରଥମ ପ୍ରେମିକ କଲା ଅସଦାଚାରଣ । କଲେଜରୁ ଉଠାଇନେଇ ଅସଦାଚାରଣ କରି ପ୍ରତିଶୋଧ ନେଲା  ପ୍ରେମିକ।

ଏହିଭଳି ଘଟଣା ଘଟିଛି ଧାନବାଦର ଏକ ମହିଳା କଲେଜରେ । ପ୍ରୀତି ନାମକ ଜଣେ ଯୁବତୀ ସ୍ଥାନୀୟ ମହିଳା କଲେଜରେ ପଢ଼ୁଥିବାବେଳେ କିଶୋର ନାମକ ଜଣେ ଯୁବକ ସହ ପ୍ରେମ ସଂପର୍କ ଗଢ଼ିଉଠିଥିଲା । କିନ୍ତୁ ଏହି ପ୍ରେମ ସଂପର୍କ ବେଶିଦିନ ଯାଏଁ ତିଷ୍ଠି ରହିଲାନି । ଏହି ସମୟରେ ଅନ୍ୟଜଣେ ଯୁବକଙ୍କ ସହ ପରିଚୟରେ ଆସିଥିଲା ପ୍ରୀତି । ସେହି ଯୁବକ ସହ ପ୍ରୀତିର ପ୍ରେମ ହୋଇଗଲା ପରେ କିଶୋରକୁ ଭୁଲିଯାଇଥିଲା ।

କିଶୋର କିନ୍ତୁ ପ୍ରୀତିର ପ୍ରେମକୁ ଭୁଲିପାରି ନଥିଲା । ସେ କଳେବଳେ କୌଶଳେ ପ୍ରୀତି ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲା । ସେଥିପାଇଁ ସୁଯୋଗ ବି ଖୋଜୁଥିଲା ।

ପ୍ରୀତିର ଦୁଇଜଣ ସାଙ୍ଗ ସହାୟତାରେ ପ୍ରୀତିକୁ ଡ଼ାକିଥିଲା । ସେମାନେ କାର୍ ଭିତରେ ପ୍ରୀତିକୁ ବସେଇ ବୁଲିବାର ବାହାନା କରି ଡ଼ାକି ନେଇଥିଲେ । କିଶୋରର ଏହି ଚାଲାକି ବୁଝି ପାରି ନଥିଲା ପ୍ରୀତି । ସେ ଗାଡ଼ି ଭିତରେ କିଶୋର ଥିବା କଥା ଜାଣି ନ ଥିଲା । ଗାଡ଼ି ଭିତରେ କିଶୋରକୁ ମାଡ଼ ମାରିବା ସହ ଅସଦାଚାରଣ କରିଥିଲା । ତା ପରେ ଗଲ୍ପ ପଡ଼ିଆ ପାଖକୁ ନେଇ ସେଠାରେ ମଧ୍ୟ ମାଡ଼ ମାରିଥିବା କଥା ଥାନାରେ ଅଭିଯୋଗ ଆଣିଛନ୍ତି ପ୍ରୀତି । ସେଠାରେ ମାଡ଼ ମାରିବା ସହ ପ୍ରୀତିର ଡ଼୍ରେସ ମଧ୍ୟ ଚିରିଦେଇଥିଲା କିଶୋର ।

ପ୍ରୀତିକୁ ନେଇ ସେମାନେ କଲେଜ ପାଖରେ ଛାଡ଼ିବା ପାଇଁ ଯାଇଥିଲେ ବି ସେଠାରେ କିଛି ପୋଲିସକର୍ମୀ ଥିବାରୁ  କଲେଜଠାରୁ କିଛି ଦୂରରେ ସେମାନେ ଛାଡ଼ିଦେଇଥିଲେ । ପ୍ରୀତି ଏହିସବୁ କଥା ଘରେ କହିବାପରେ ପରିବାର ଲୋକ ଆଣିଥିଲେ ଥାନାରେ ଅଭିଯୋଗ ।

କିଶୋରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ କିଶୋର ମୋବାଇଲରେ ସୁଟିଂ କରିଥିବା ଅଶ୍ଳୀଳ ଭିଡ଼ିଓକୁ ମଧ୍ୟ ଡ଼ିଲିଟ୍ କରିଦେଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.