CAG ନିଯୁକ୍ତ ହେଲେ ଜମ୍ମୁ-କାଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ ୬।୮: ଜମ୍ମୁ-କାଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁବାର ମହାଲେଖା ଅଧିକାରୀ (ସିଏଜି) ନିଯୁକ୍ତ କରାଯାଇଛି। ଯେଉଁ ଦିନ ସରକାର ମୁର୍ମୁଙ୍କୁ ସିଏଜି ନିଯୁକ୍ତ କରିଛନ୍ତି ଗତବର୍ଷ ଠିକ୍ ସେହି ଦିନ ଭାରତ ସରକାର ଜମ୍ମୁ-କାଶ୍ମୀରକୁ ସମ୍ବିଧାନର ୩୭୦ ଧାରାରୁ ମୁକ୍ତ କରିବା ସହ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ନାମରେ ଦୁଇ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରିଥିଲେ।

ତେବେ ମୁର୍ମ ଜମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ରେଳ ରାଜ୍ୟମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ସିହ୍ନା ଜମ୍ମୁ-କାଶ୍ମୀର ଅଭିମୁଖେ ପ୍ରସ୍ଥାନ କରିସାରିଥିବା ବେଳେ ଶୁକ୍ରବାର ପଦ ଓ ଗୋପନୀୟତାର ଶପଥପାଠ କରିବେ ବୋଲି ଜଣାପଡିଛି।

୧୯୮୫ ବ୍ୟାଚ୍‌ ଆଇଏଏସ୍ ଅଫିସର ମୁର୍ମୁ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସଚିବାଳୟର ପ୍ରିନ୍ସିପାଲ ସେକ୍ରେଟାରୀ ଅବସ୍ଥାପିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ଥ ଅଧିକାରୀଙ୍କ ମଧ୍ୟରେ ଅନ୍ୟତମ ମୁର୍ମୁଙ୍କୁ କେନ୍ଦ୍ର ଶାସିତ ଜମ୍ମୁ-କାଶ୍ମୀରର ପ୍ରଥମ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା ସେ ପଦରୁ ଇସ୍ତଫା ଦେଇଥିବା ବେଳେ ମହାଲେଖା ଅଧିକାରୀ ରାଜୀବ ମହର୍ଷୀଙ୍କ ସ୍ଥାନରେ କାମ କରିବେ ବୋଲି ଜଣାପଡିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.