Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲାରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଗିରଫ, ଦିନ ତମାମ ଜେରା ପରେ ବାନ୍ଧିଲା ସିବିଆଇ

5/11/2020 at 10:18 PM

ନୂଆଦିଲ୍ଲୀ ୫/୧୧: କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ବିନୟ କୁଲକର୍ଣ୍ଣିଙ୍କୁ ଗିରଫ କଲା ସିବିଆଇ। ୨୦୧୬ରେ ଧରାଓ୍ବାଡ଼ ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତା ଯୋଗେଶ ଗୌଡ଼ାଙ୍କୁ ହତ୍ୟା କରିଥିବା ମାମଲାରେ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି।

ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ଗୁରୁବାର ଧରାଓ୍ବାଡ଼ର ପୂର୍ବତନ କଂଗ୍ରେସ ବିଧାୟକ କୁଲକର୍ଣ୍ଣିଙ୍କୁ ଦିନ ତମାମ ଜେରା କରିବା ପରେ ସିବିଆଇ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି। ୧୫ ଜୁନ ୨୦୧୬ରେ ବିଜେପି ଜିଲ୍ଲା ପଞ୍ଚାୟତ ସଦସ୍ୟ ଗୌଡ଼ାଙ୍କୁ ଦୁର୍ବୁତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସିବିଆଇ କର୍ଣ୍ଣାଟକ ସରକାରଙ୍କ ସୁପାରିଶ କ୍ରମେ ମାମଲାର ଯାଞ୍ଚ କରୁଥିଲା।

ବିନୟ କୁଲକର୍ଣ୍ଣିଙ୍କ ସମେତ ତାଙ୍କ ସାନ ଭାଇ ବିଜୟ କୁଲକର୍ଣ୍ଣିଙ୍କୁ ଅନ୍ୟ ଏକ ପୋଲିସ ଷ୍ଟେସନରେ ପଚରା ଉଚରା କରିବା ସହ ଗୁରୁବାର ସନ୍ଧ୍ୟାରେ ଗିରଫ କରିଛି ସିବିଆଇ।

ସୂଚନାଯୋଗ୍ୟ, ଜୁନ ୨୦୧୬ରେ ଯୋଗେଶ ଗୌଡ଼ାଙ୍କୁ ଗୌଡାର ଏକ ଜିମ୍‌ରେ ହତ୍ୟା କରାଯାଇଥିଲା।  ବିଜେପିର ଜିଲ୍ଲା ପଞ୍ଚାୟତ ସଦସ୍ୟ ଥିଲେ ଯୋଗେଶ  । ଯୋଗେଶଙ୍କ ହତ୍ୟା ପରେ ତାଙ୍କ ବଡ଼ ଭାଇ ଗୁରୁନାଥ ଗୌଡ଼ାଙ୍କ ଯାଚିକା ଉପରେ ରାଜ୍ୟ ସରକାର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। ଗୁରୁନାଥ ବହୁ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ଅଭିଯୋଗ କରିଥିଲେ। କିନ୍ତୁ ତତ୍କାଳୀନ କଂଗ୍ରେସ ସରକାର ସିବିଆଇ ଯାଞ୍ଚ ପାଇଁ ଅନୁମତି ଦେଇନଥିଲେ। ତେବେ ପରବର୍ତ୍ତୀ ସମୟରେ ବିଏସ୍‌ ୟେଦୁରପ୍ପାଙ୍କ ସରକାର ମାମଲାର ଯାଞ୍ଚ ପାଇଁ ସିବିଆଇକୁ ସୁପାରିଶ କରିଥିଲେ ।

   Related Posts