ୟେ ହାତ୍ ମୁଝେ ଦେ ଦେ ଠାକୁର୍ – ଆଜି କାଲି ଗଣମାଧ୍ୟମର ଭୂମିକାକୁ ନେଇ ପୂର୍ବତନ ବିଚାରପତି ଜଷ୍ଟିସ ଅରଜିତ୍‌ ପଶାୟତଙ୍କ ମନ୍ତବ୍ୟ

Published By : Prameya-News7 Bureau | October 12, 2019 IST

କଟକ୧୨।୧୦-ୟେ ହାତ୍ ମୁଝେ ଦେ ଦେ ଠାକୁର୍।କିଏବା ନଜାଣେ ଏହି ଡାଏଲଗ୍ କୁ।ଆଜି ପର୍ଯ୍ୟନ୍ତ ବଲିଉଡ୍ ରେ ତିଆରି ହୋଇଥିବା ଏହି ସର୍ବୋତ୍କୃଷ୍ଟ ଫିଲ୍ମ ସୋଲେ ର ଏହି ଡାଏଲଗ୍ ଥିଲା ଖଳ ନାୟକ ଗବ୍ବର ସିଂଙ୍କର । ତେବେ ଗତ କାଲି ସଂଧ୍ୟାରେ ଏହି ଡାଏଲଗ୍ ଗୁଞରିତ ହୋଇଥିଲା କଟକ ଶତାବ୍ଦୀ ଭବନରେ । ଗତ କାଲି କଟକ ଶତାବ୍ଦୀ ଭବନରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ –ବ୍ୟକ୍ତି ଓ ବହି –କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଡାଏଲଗ୍ କୁ ଦୋହରାଇଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ୍ ।.

ଆଜି କାଲି ଗଣମାଧ୍ୟମର ଭୂମିକାକୁ ନେଇ ଏହି ଡାଏଲଗ୍ ଟିକୁ ଦୋହରାଇଛନ୍ତି ଜଷ୍ଟିସ୍ ପଶାୟତ୍ । ଆଜିକାଲି ରାଜନୈତିକ ଦଳ ଗୁଡିକ ଗଣମାଧ୍ୟମକୁ ଏହି ଢଙ୍ଗରେ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ଜଷ୍ଟିସ୍ ପଶାୟତ୍ । ଜଷ୍ଟିସ୍ ପଶାୟତ୍ ଙ୍କ କହିବା ଅନୁସାରେ ଆଜି କାଲି ପ୍ରାୟ ସବୁ ରାଜନୈତିକ ଦଳ ସାମ୍ବାଦିକମାନଙ୍କୁ କହୁଛନ୍ତି ---ୟେ ହାତ୍ ମୁଝେ ଦେ ଦେ ଠାକୁର୍----ସାମ୍ବାଦିକର ହାତକୁ ବା କଲମକୁ ରାଜନୈତିକ ଦଳ ଗୁଡିକ ନିୟନ୍ତ୍ରଣ କରିବା ଆରମ୍ଭ କଲେ, ଏହା ଗଣମାଧ୍ୟମ ପାଇଁ କିମ୍ବା ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ଜଷ୍ଟିସ୍ ପଶାୟତ୍ । କଲମ୍ ବାସ୍ତବିକ୍ ଖଣ୍ଡାଠାରୁ ଶକ୍ତିଶାଳୀ । ମାତ୍ର ଆଜିକା ପରିପ୍ରେକ୍ଷୀରେ , ଯେଉଁଠାରେ ସାମ୍ବାଦିକଙ୍କ କଲମ ନେତାଙ୍କ ନିକଟରେ ବିକ୍ରି ହୋଇଯାଇଛି, ଏଠି କଲମ ଖଣ୍ଡାଠାରୁ ଶକ୍ତିଶାଳୀ ହେବା ସମାଜ ପାଇଁ ଠିକ୍ ନୁହେଁ ବୋଲି ଜଷ୍ଟିସ୍ ପଶାୟତ୍ କହିଛନ୍ତି ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.