ଡକାୟତି ମାମଲାରେ ପୂର୍ବତନ ଜିଲ୍ଲା ପରିଷଦ ଗିରଫ, ଜାମିନ ନାମଞ୍ଜୁର ପରେ ଜେଲ୍

Published By : Prameya-News7 Bureau | November 02, 2020 IST

ଭଦ୍ରକ ୦୨।୧୧:  ଡକାୟତି ମାମଲାରେ ଜଣେ ପୂର୍ବତନ ଜିଲ୍ଲାପରିଷଦ ଗିରଫ ହୋଇଛନ୍ତି । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଦ୍ରକ ଜିଲ୍ଲା ଆଗରପଡା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ଙ୍କ ନାଁ ସଞ୍ଜୀବ ଜେନା ବୋଲି ଜଣାପଡିଛି । ସଞ୍ଜୀବ ୨୬ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ  ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଆଗରପଡା ଥାନା ବିଟିପୁର ଅଞ୍ଚଳର ଘଟଣା । ଏତଲା ଅନୁଯାୟୀ ବିଟିପୁର ଅଞ୍ଚଳରେ ଏକ କେନାଲ କାମ ହେଉଥିବା ବେଳେ ଅଭିଯୁକ୍ତ କେତେକ କର୍ମଚାରୀଙ୍କୁ ଆକ୍ରମଣ  କରିବା ସହ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଛଡ଼ାଇ ନେଇଥିଲେ । ଯାହାକୁ ନେଇ ଆଗରପଡା ପୋଲିସ ୧୨୫ / ୨୦ ନମ୍ବର କେଶ ରୁଜୁ କରିବା ସହ ୩୯୨ ଦଫାରେ ଗିରଫ କରାଯାଇଥିଲା । ପୂର୍ବତନ ଜିଲ୍ଲା ପରିଷଦଙ୍କୁ ଡକାୟତି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.