ମନିଲଣ୍ଡ୍ରିଂ ମାମଲାରେ INX ମିଡିଆ ପୂର୍ବତନ ନିର୍ଦ୍ଦେଶକ ପିଟର ମୁଖାର୍ଜୀଙ୍କୁ ମିଳିଲା ଜାମିନ

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୪।୧୨:  ମନିଲଣ୍ଡ୍ରିଂ ମାମଲାରେ ଗିରଫ ଆଇଏନଏକ୍ସ ମିଡିଆର ପୂର୍ବତନ ନିର୍ଦ୍ଦେଶକ ପିଟର ମୁଖାର୍ଜୀଙ୍କୁ ଶନିବାର ଜାମିନ ମିଳିଛି। ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟଙ୍କ ସ୍ୱତନ୍ତ୍ର ସିବିଆଇ ଜଜ୍‌ ଏମ.କେ. ନାଗପାଲ ମୁଖାର୍ଜୀଙ୍କ ଜାମିନ ନିବେଦନ ମଞ୍ଜୁର କରିଛନ୍ତି। ଏହି ମାମଲାରେ ସିବିଆଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି।  

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଚିଦାମ୍ବରମ, ତାଙ୍କ ପୁଅ ଓ ଅନ୍ୟମାନେ ଅପରାଧିକ ଷଡ଼ଯନ୍ତ୍ରରେ ଆଇଏନଏକ୍ସ ମିଡିଆରେ ସିଧା ବିଦେଶୀ ନିବେଶ କରିଥିଲେ। ସେତେବେଳେ ପିଟର ମୁଖାର୍ଜୀ ସଂସ୍ଥାର ନିର୍ଦ୍ଦେଶକ ତଥା ପରିଚାଳନା ଅଧିକାରୀ ଥିଲେ। ତେବେ ମାମଲାରେ ମିଡିଆ ବ୍ୟବସାୟୀ ମୁଖାର୍ଜୀଙ୍କୁ କୋର୍ଟ ଶନିବାର ନିୟମିତ ଜାମିନ ମଞ୍ଜୁର କରିଛନ୍ତି।

{"id":554387,"width":838,"height":1003,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ସିବିଆଇ ୨୦୧୭ ମସିହାରେ ଏକ ମୋକଦ୍ଦମା ରୁଜୁ କରିଥିଲା। ଏଥିରେ ପି.ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଅବସ୍ଥାପିତ ଥିବା ବେଳେ ଆଇଏନଏକ୍ସ ମିଡିଆରେ ୩୦୭କୋଟି ଟଙ୍କାର ବିଦେଶୀ ନିବେଶକୁ ମଞ୍ଜୁର କରିଥିଲେ। ତେବେ ଏହି ନିବେଶ ଅନୁମତିରେ ଅନିୟମିତତା ଥିବାର ସିବିଆଇ ଅଭିଯୋଗ ଆଣିଥିଲା।

ସିବିଆଇ ପକ୍ଷରୁ ମୋକଦ୍ଦମା ରୁଜୁ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏକ ସମାନ୍ତରାଳ ମୋକଦ୍ଦମା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଅଭିଯୋଗର ସତ୍ୟତା ପ୍ରମାଣିତ ହେବା ପରେ ଇଡି ମନିଲଣ୍ଡ୍ରିଂ ଆଇନର ଧାରା ଲାଗୁ କରିଥିଲେ।  ସିବିଆଇ ପି. ଚିଦାମ୍ବରମଙ୍କୁ ୨୧ ଅଗଷ୍ଟ ୨୦୧୯ରେ ଗିରଫ କରିଥିବା ବେଳେ ଇଡି ୧୬ ଅକ୍ଟୋବର ୨୦୧୯ରେ ଗିରଫ କରି ମାମଲାରେ ପଚରା ଉଚରା  କରିଥିଲା।

ତେବେ ମାମଲାରେ ଚିଦାମ୍ବରମଙ୍କୁ କୋର୍ଟ ଜାମିନ ଦେଇ ସାରିଥିବା ବେଳେ କାର୍ତ୍ତି ଚିଦାମ୍ବରମ ଫେବୃଆରୀ ୨୦୧୮ରେ ଗିରଫ ହୋଇ ଜାମିନରେ ଆସି ସାରିଲେଣି। ତେବେ ସମାନ ମାମଲାରେ ଗିରଫ ଆଇଏନଏକ୍ସ ମିଡିଆଙ୍କ ତତ୍କାଳୀନ ନିର୍ଦ୍ଦେଶକ ପିଟର ମୁଖାର୍ଜୀ ଶନିବାର ଅନ୍ତରୀଣ ଜାମିନ ପାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.