Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଗିରଫର ପ୍ରତିବାଦ: ଥାନା ଆଗରେ ଧାରଣା ଦେଲେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ

3/04/2021 at 8:03 AM

ନୀଳଗିରି,୨/୪(ଆ.ପ୍ର): ପୁର୍ବତନ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ ପରେ ନୀଳଗିରି ପୋଲିସ ତାଙ୍କୁ ରାତି ଅଧିଆ ଗିରଫ କରିବା ପରେ ଲିଖିତ ଭାବେ ଛାଡିବା ,ପୁଣି ଥାନାକୁ ଡକାଇ ଅଟକ ରଖିବା ଘଟଣା ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତକାଲି ବିଜେପି ଓ ବିଜେଡି ଦଳ ଥାନାରେ ଘଟଣାକୁ ନେଇ ଭିଡ଼ ଜମାଇଥିବାବେଳେ ବେଳେ ଆଜି କଂଗ୍ରେସ ନେତାଙ୍କ ସମର୍ଥନରେ କିଛି ଗ୍ରାମବାସୀ ପୁର୍ବତନ ପ୍ରଧାନ ଶିକ୍ଷକଙ୍କୁ ଗିରଫ ପ୍ରତିବାଦ ରେ ଥାନା ସମୁଖରେ ଧାରଣା ଦିଆଯାଇଛି । ତେବେ ପୋଲିସ ରାଜନୀତି ପଶାପାଲି ଭିତରେ କିଭଳି କାର୍ଯ୍ୟନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର ଥିବାବେଳେ ଶେଷରେ ଗିରଫ ହୋଇଥିବା ପୁର୍ବତନ ପ୍ରଧାନ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ ନୀଳଗିରି ବ୍ଲକ ଅଧିନ ଧୋବଶିଳା ଉଦୟ ନାରାୟଣ ବିଦ୍ୟାପୀଠ ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ସୁରେଶ କୁମାର ଦାସଙ୍କ ବିରୁଦ୍ଧରେ ଷ୍ଟାଇପେଣ୍ଟ ଟଙ୍କା ଅନିୟମିତତା ନେଇ ଅଭିଯୋଗ ଆସିଥିଲା । ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଘଟଣା ତଦନ୍ତ ହୋଇ ରିପୋର୍ଟ ଦାଖଲ ପରେ ଜିଲ୍ଲା ଶିକ୍ଷାଧିକାରୀ କ୍ରିମିନାଲ ପ୍ରସେଡିଂ ପାଇଁ ସ୍କୁଲ କମିଟିକୁ ନିର୍ଦେଶ ଦେଇଥିଲେ। ଏପରିକି ନିଜେ ନୀଳଗିରି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ପରେ ମାମଲା ରୁଜୁ ହୋଇ ଗତ ୩୧.୩.୨୧ ତାରିଖରେ ତାଙ୍କୁ ରାତିଅଧିଆ ଗିରଫ କରାଯାଇଥିଲା । ପରେ ତାଙ୍କୁ ନୋଟିସରେ ଛାଡି ଦିଆଯାଇଥିବା କୁହାଯାଇଛି । ଏହାପରେ ଗ୍ରାମରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିବା ବେଳେ କିଛି ଗ୍ରାମବାସୀ , ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟା, ବିଜେପି ନେତା ଥାନାରେ ପହଂଚି କାରଣ କଣ ବୋଲି କୈଫୟତ ମାଗିଥିଲେ। ଏପରିକି ଘଟଣା ଯାଇ କେନ୍ଦ୍ରମନ୍ତ୍ରୀଙ୍କ କାନ ରେ ପଡିଥିଲା । ଅପରାହ୍ନରେ ପୁଣି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳଗିରି ଥାନାରେ ପୁଣି ଅଟକ ଥିବା ଦେଖିବାକୁ ମିଳିଥିଲା ।

ଘଟଣା ଉପରେ ସମସ୍ତଙ୍କର ତୀକ୍ଷଣ ନଜର ଥିବାବେଳେ ପୁଣି ସେହି ଘଟଣାର ନୂଆ ମୋଡ଼ ନେଇଛି । କିଛି ଗ୍ରାମବାସୀଙ୍କୁ ଧରି ପୁରୁଖା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଆଲୋଚନାରତ ଥିବା ବେଳେ ଅପରାହ୍ନରେ ଥାନା ଆଗରେ ଧାରଣା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଷ୍ୟରେ ଏକ ସ୍ମାରକପତ୍ର ଆଇଆଇସିଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ପୋଲିସ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦ୍ଵାରା ପରିଚାଳିତ ହୋଇ ଗିରଫ ପାଇଁ ଲାଗିପଡିଥିବା ମଧ୍ୟ କଂଗ୍ରେସ ନେତା ଚିତ୍ତରଞ୍ଜନ ଷଡ଼ଙ୍ଗୀ ଅଭିଯୋଗ ଉଠାଇଛନ୍ତି । ଗତକାଲି ବିଜେପି ପୋଲିସ ବିଜେଡି ଚାପରେ ଛାଡିଥିବା ଅଭିଯୋଗ ଆଣିଥିବା ବେଳେ ଆଜି ପୁଣି ଏଭଳି ଅଭିଯୋଗ ନେଇ ରାଜନୀତି ପଶାପାଲିରେ ପୋଲିସ ଛନ୍ଦି ହୋଇଥିବା ଜଣାପଡିଛି । ସେହିପରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ଆଇଆଇସି ପ୍ରଭଞ୍ଜନ ବେହେରା, ତଦନ୍ତକାରୀ ଅଧିକାରୀ ଅଧିକାରିଣୀ ସସ୍ମିତା ମଲ୍ଲିକ, ଜିଲ୍ଲା ଶିକ୍ଷାଧିକାରୀ ପଠାଇଥିବା କର୍ମଚାରୀ, ଡବ୍ଲୁଇଓ ଧୋବଶିଳା ହାଇସ୍କୁଲରେ ପହଁଚି କେସ୍ ରେକର୍ଡ, ବ୍ୟାଙ୍କ ପାସବୁକରେ ଜବତ କରିଥିବା ଜଣାପଡିଛି । ଘଟଣାକୁ ନେଇ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଣି ବିଜେଡି ନେତାଙ୍କ ଗହଳି ଜମିଥିବା ଦେଖାଯାଇଛି । ଏଭଳି ରାଜନୀତି ଚକ୍ରବ୍ୟୁହ ଭିତରେ ପୋଲିସ ରହିଛି ସତ ହେଲେ ଶେଷରେ ଗିରଫ ପୁର୍ବତନ ପ୍ରଧାନ ଶିକ୍ଷକ ସୁରେଶ କୁମାର ଦାସଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି କୋର୍ଟ ଚାଲାଣ କରାଯାଇଛି ।

   Related Posts