ପୁରୁଣା ବାନ୍ଧବୀଙ୍କୁ ଭୁଲିପାରୁନାହାନ୍ତି ବିଲ୍‌ ଗେଟ୍ସ… ମିଲିଣ୍ଡାଙ୍କ ସହ ବିବାହ ବିଚ୍ଛେଦର ବଡ କାରଣ….

Published By : Prameya-News7 Bureau | May 05, 2021 IST

ନୂଆଦିଲ୍ଲୀ ୦୫/୦୫ : ବିଲ୍‌ ଗେଟ୍ସ ଏବଂ ମିଲିଣ୍ଡା ଗେଟ୍ସଙ୍କ ବହୁଚର୍ଚ୍ଚିତ ଡିଭୋର୍ସ ପିଷ୍ପତ୍ତିର କାରଣ କ’ଣ ? କେଉଁଥି ପାଇଁ ୬୫ ଏବଂ ୫୭ ବଷୟ ବୟସର ଏହି ସ୍ବାମୀ-ସ୍ତ୍ରୀ ବିବାହର ୨୭ ବର୍ଷ ପରେ ଅଲଗା ହେବାକୁ ଚାହୁଁଛନ୍ତି ? ୨୨ରୁ ୨୫ ବର୍ଷର ତିନି ତିନିଟି ପୁଅ ଝିଅ, ଧନ-ସମ୍ପତ୍ତି-ସମ୍ମାନ-ପ୍ରତିଷ୍ଠା କେଉଁଥିରେ ବି ଊଣା ନାହିଁ । ସଫଳତାର ଶୀର୍ଷକୁ ଛୁଇଁଛନ୍ତି । ଧନୀ ଆଉ ଦାନୀ ଦୁଇ ଦୁଇଟି ପରିଚୟ ଥାଇ ମଧ୍ୟ କ’ଣ ପାଇଁ ବିଲ୍‌-ମିଲିଣ୍ଡାଙ୍କ ହୃଦୟର ସମ୍ପର୍କ ଭାଙ୍ଗିଲା ? ଏହି ପ୍ରଶ୍ନର କିଛି ସମ୍ଭାବ୍ୟ ଅନୁମାନ ମଧ୍ୟରୁ ଗୋଟିଏ ଅନୁମାନକୁ ନେଇ ଚର୍ଚ୍ଚା । ପରକୀୟା ପ୍ରୀତି । ବିଶ୍ବର ଚତୁର୍ଥ ଧନୀ ଆଉ ଏକ ନମ୍ବର ଦାନୀ ବିଲ୍ ଗେଟ୍ସଙ୍କ ପୁରୁଣା ପ୍ରେମିକା ଭାଙ୍ଗିଛି ୨୭ ବର୍ଷର ମଜଭୁତ ଘର ।

Bill Gates Donates 100 Million to Coronavirus Research – The Muslim Times

ଚର୍ଚ୍ଚାରେ ବିଲ୍‌ ଗେଟ୍ସଙ୍କ ପୂର୍ବତନ ବାନ୍ଧବୀ ଆନ୍ନ ଓ୍ବିନବ୍ଲାଡ୍‌ । ବିଲ୍‌ ଗେଟ୍ସଙ୍କ ଠାରୁ ବୟସରେ ୫ ବର୍ଷ ବଡ ଓ୍ବିନ୍‌ବ୍ଲାଡ୍‌ । ଆଉ ଜଣଙ୍କୁ ବିବାହ ପୂର୍ବରୁ କୁଆଡେ ତାଙ୍କ ସହ ବିଲ୍‌ଙ୍କ ଅନ୍ତରଙ୍ଗ ବନ୍ଧୁତା ଥିଲା । ୧୯୯୪ ମସିହାରେ ମିଲିଣ୍ଡା ଫ୍ରେଞ୍ଚଙ୍କୁ ବିବାହ କରିଥିଲେ ବିଲ୍‌ । ୧୯୭୦ ଦଶକରେ ସାଙ୍ଗମାନଙ୍କ ସହ ମିଶି ମାଇକ୍ରୋସଫ୍ଟ ର ପ୍ରତିଷ୍ଠା କରିଥିଲେ ଗେଟ୍ସ । ୧୯୮୭ରେ ମିଲିଣ୍ଡା ପ୍ରଥମେ ମାଇକ୍ରୋସଫ୍ଟରେ ପ୍ରଡକ୍ଟ ମ୍ୟାନେଜର ଚାକିରି ଆରମ୍ଭ କରିଥିଲେ । ସେଠାରେ ସାକ୍ଷାତ, ତା ପରେ ଡେଟିଂ ଓ ସମ୍ପର୍କ । ୧୯୯୩ରେ ବିବାହ କରିଥିଲେ ବିଲ୍‌-ମିଲିଣ୍ଡା ।

{"width":836,"height":553}
Little-Known Facts About Bill Gates

କିନ୍ତୁ ବିବାହ ପୂର୍ବରୁ ଆନ୍ନ ଓ୍ବିନ୍‌ବ୍ଲାଡ୍‌ଙ୍କ ସହ ବିଲ୍‌ ଗେଟ୍ସଙ୍କ ସମ୍ପର୍କ ଥିଲା । ଏବେ ୭୦ ବର୍ଷ ବୟସ୍କା ଓ୍ବିନ୍‌ବ୍ଲାଡ୍‌ ଜଣେ ପ୍ରଯୁକ୍ତି ବିଶେଷଜ୍ଞ । ବାୟୋଟେକ୍ନୋଲୋଜିରେ ତାଙ୍କର ପାରଦର୍ଶିତା ଓ ସେ ସେହି ପ୍ରସଙ୍ଗରେ ବିଲ୍‌ ଗେଟ୍ସଙ୍କ ସହ ଆଲୋଚନା ହିଁ କରିଥାନ୍ତି । ତେବେ ବଡ କଥାଟି ହେଲା , ବିଲ୍‌ ବିବାହ ବେଳେ ମିଲିଣ୍ଡାଙ୍କୁ ଓ୍ବିନ୍‌ବ୍ଲାଡ୍‌ଙ୍କ ସମ୍ପର୍କରେ କହିଥିଲେ । ଆଉ ମିଲିଣ୍ଡା କୁଆାଡେ ସେମାନଙ୍କ ବନ୍ଧୁତ୍ବକୁ ପ୍ରଶ୍ନ କରିନଥିଲେ । ଏପରିକି ମିଳାମିଶାକୁ ବିରୋଧ କରିନଥିଲେ ।

Here's why Bill Gates doesn't want his 3 kids with Melinda Gates to inherit  billions of family fortune | PINKVILLA

ପ୍ରତିବର୍ଷ ଏକ ଲମ୍ବା ସପ୍ତାହ ଏକାନ୍ତରେ ଏକାଠି ବିତାନ୍ତି ବଲ୍‌ ଏବଂ ଓ୍ବିନ୍‌ବ୍ଲାଡ୍‌ । ନର୍ଥ କାରୋଲିନାରେ ଏବଂ ସମୁଦ୍ର ବେଳାଭୂମି କଟେଜ୍‌ରେ ଏକାଠି ସମୟ କାଟନ୍ତି ଦୁହେଁ । ଆଉ ଏକ ରୋଚକ କଥା ହେଲା , ମିଲିଣ୍ଡାଙ୍କ ସହ ବିବାହ ପାଇଁ ଓ୍ବିନ୍‌ବ୍ଲାଡ୍‌ ସମ୍ମତି ଦେବାପରେ ବିଲ୍‌ ଆଗେଇଥିଲେ ଏବଂ ବିବାହ ବେଳେ ବିଲ୍‌ଙ୍କ ସର୍ତ୍ତରେ ରାଜି ହୋଇ ମିଲିଣ୍ଡା ସ୍ବାମୀଙ୍କ ପ୍ରେମିକାକୁ ଗ୍ରହଣ କରିଥିଲେ । ବଡ ଅଜବ ସମ୍ପର୍କ ।

Bill and Melinda Gates: Covid-19 will change how the world thinks about  health forever (Opinion) - CNN

ଓ୍ବିନ୍‌ବ୍ଲାଡ୍‌ଙ୍କ ସହିତ ଗେଟ୍ସଙ୍କ ସମ୍ପର୍କ ବନ୍ଧୁତା ଏବେ ପରିଣତ ବୟସରେ ଗଭୀର ପ୍ରେମ ନେବା ବୋଧହୁଏ ମିଲିଣ୍ଡାଙ୍କ ପାଇଁ ଆଉ ଗ୍ରହଣୀୟ ହେଲାନି । ଭାଙ୍ଗିଲା ୨୭ ବର୍ଷା ଘର । ବିଲ୍‌-ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନରେ ଏକାଠି ମିଳିମିଶି କାମ କରିବାର ନିଷ୍ପତ୍ତି ବ୍ୟତିତ ଆଉ ଏକାଠି ରହିବେନି ବିଶ୍ବର ଚତୁର୍ଥ ଧନୀ ଦମ୍ପତ୍ତି । ୧୨୪ ବିଲିୟନ ଡଲାର ସମ୍ପତ୍ତି ଭାଗ ହେବ । ଆଉ ଧନୀ ତାଲିକାର ୪ ନମ୍ବରରୁ ୧୭ ନମ୍ବରକୁ ଖସିଯିବେ ବିଲ୍‌ ଗେଟ୍ସ । ଆଉ କେତେକଙ୍କ ମତରେ ଦୁଇ ଝିଅ ଏବଂ ଗୋଟିଏ ପୁଅଙ୍କ ଭବିଷ୍ୟତ ତଥା ସମ୍ପତ୍ତିଗତ କାରଣରୁ ମିଲିଣ୍ଡା ହୁଏତ ବିଲ୍‌ଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ସପକ୍ଷରେ ଥାଇପାରନ୍ତି । ଯାହାବି ହେଉ ଦୁଇଟି ହୃଦୟ ମଧ୍ୟରେ ବିଚ୍ଛେଦ ଦୁଃଖଦ ନିଶ୍ଚୟ ।

Melinda Gates: Bodrumda yemek stokladık - Ekonomi haberleri

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.