କୋହଲିଙ୍କ ଗାର୍ଲଫ୍ରେଣ୍ଡଙ୍କୁ କିଏ କରିଥିଲା ଗାଳି, ପୁରା ମ୍ୟାଚରେ କିନ୍ତୁ ଇଂଲଣ୍ଡ ବ୍ୟାଟସମ୍ୟାନ୍‌ଙ୍କୁ ତାନା ମାରିଥିଲେ ରନ୍ ମେସିନ୍

Published By : Prameya-News7 Bureau | June 15, 2020 IST

ନୂଆଦିଲ୍ଲୀ, ୧୫|୦୬ :  ଭାରତୀୟ ଦଳର ଅଧିନାଯକ ବିରାଟ କୋହଲି ଏବେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବେ ଜଣାଶୁଣା । ସେ ଅନେକ ରେକର୍ଡ ଭାଙ୍ଗିବା ସହ ନୂଆ କୀର୍ତ୍ତିମାନ ସ୍ଥାପନା କରିଛନ୍ତି ।  ତେବେ ଇଂଲଣ୍ଡ ଦଳର ପୂର୍ବତନ ଖେଳାଳି ନିକ୍ କାମ୍ପଟନ୍ କୋହଲିଙ୍କ ପୂର୍ବତନ ପ୍ରେମିକାଙ୍କ ବାବଦରେ ଏକ ମଜାଳିଆ କଥା କହିଛନ୍ତି । ଯାହାକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି ।

{"id":286677,"width":746,"height":419,"sizeSlug":"large"}

ଏକ କ୍ରିକେଟ୍ ଓ୍ୱେବସାଇଟ୍ ସହ ଆଲୋଚନା ବେଳେ ନିକ୍ କହିଛନ୍ତି ଯେ, ସିରିଜ୍ ଖେଳୁଥିବା ବେଳେ ତାଙ୍କୁ କୋହଲିଙ୍କ କିଛି କଥା ମନେ ପଡିଥିଲା । ସେ ନିଜ ପୂର୍ବତନ ପ୍ରେମିକାଙ୍କ ବାବଦରେ କିଛି କହୁଥିଲେ । ଏହାପୂର୍ବ ଦିନ ସଂନ୍ଧ୍ୟାରେ ସେ କେଭିନ୍ ପିଟରସେନ ଓ ଯୁବରାଜ ସିଂଙ୍କ ସହ  ରାସ୍ତାରେ ଭ୍ରମଣ କରୁଥିଲେ । ସେହି ସମୟରେ କୋହଲି ନିଜ ପୂର୍ବତନ ପ୍ରେମିକାଙ୍କ ସହ ସେଠାରେ ଉପସ୍ଥିତ ଥିଲେ । ସେ କୋହଲିଙ୍କ ପୂର୍ବତନ ପ୍ରେମିକାଙ୍କ କିଛି କଥା ହୋଇଥିଲେ । କିନ୍ତୁ କୋହଲିଙ୍କୁ ଏହା ପସନ୍ଦ ଆସିନଥିଲା ।  ତାଙ୍କୁ କୋହଲି କିଛି କହିଥିଲେ ।

ନିକ୍ ଆହୁରି କହିଛନ୍ତି ଯେ, ସେ ଯେତେବେଳେ ବ୍ୟାଟିଂ କରିବାକୁ ଆସନ୍ତି କୋହଲି ସେହି ସମାନ କଥା ଦୋହରାନ୍ତି । ବୋଦହୁଏ ସେହି ଯୁବତୀ କୋହଲିଙ୍କ ପୂର୍ବତନ ପ୍ରେମିକା ଓ ସେ ତାଙ୍କର ପୂର୍ବତନ ପ୍ରେମିକ ବୋଲି କୋହଲି କହିଥାନ୍ତି । ଏହା ଅତି ହାସ୍ୟାସ୍ପଦ ଥିଲା । ଏହାର ବ୍ୟବହାର ସେ କୋହଲିଙ୍କୁ ଆଉଟ କରିବାରେ କରିଥିଲେ । କିନ୍ତୁ କୋହଲି ଜଣେ ବିଶ୍ୱସ୍ତରୀୟ ବ୍ୟାଟସମ୍ୟାନ୍ । ସେ ଅନ୍ତିମ ମ୍ୟାଚରେ ଆକର୍ଷଣୀୟ ଶତକ ଲଗାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.