Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଚଳନ୍ତା କାରରୁ ବାହାରିଗଲା ଟାୟାର, ଅଳ୍ପକେ ବର୍ତ୍ତିଲେ ପୂର୍ବତନ କ୍ରିକେଟର ଅଝାରୁଦ୍ଦିନ ଓ ତାଙ୍କ ପରିବାର

30/12/2020 at 6:23 PM

କୋଟା ୩୦।୧୨: ପୂର୍ବତନ କ୍ରିକେଟର ତଥା ଟିମ ଇଣ୍ଡିଆ କ୍ୟାପ୍ଟେନ ମହମ୍ମଦ ଅଝାରୁଦ୍ଦିନ ବୁଧବାର ତାଙ୍କ ପରିବାର ସହ ଯାତ୍ରା କରୁଥିବା ବେଳେ ଏକ ବଡଧରଣର ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଲସୋଟ୍‌ କୋଟା ହାଇୱେରେ ତାଙ୍କ କାରର ଚକ ବାହାରି ପଳାଇବାରୁ ଅନିୟନ୍ତ୍ରିତ ହୋଇ ରାସ୍ତାକଡ ଢାବାକୁ ପଶିଯାଇଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଢାବାରେ କାର୍ଯ୍ୟ କରୁଥିବା ଜନୈକ ୪୦ ବର୍ଷ ବୟସ୍କ ବ୍ୟକ୍ତି ଏହେସାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳୁଥିବା ସୂଚନାରୁ ପ୍ରକାଶ ଯେ ଅଝାରୁଦ୍ଦିନ ରଣଥୋମ୍ବର ଯିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛଛନ୍ତି। ଏଥିରେ ଅଝାରୁଦ୍ଦିନଙ୍କୁ ନେଇ ଯାଉଥିବା କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ  ଅନ୍ୟ ଏକ ଗାଡ଼ି ଯୋଗେ ଅଝାରୁଦ୍ଦିନ ପରିବାର ସହ ହୋଟେଲକୁ ଯାଇଛନ୍ତି। ଦୁର୍ଘଟଣା ସୂଚନା ପାଇ ନିକଟସ୍ଥ  ସୁରୱାଲ ଥାନାପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ଆହତଙ୍କୁ ହସ୍ପିଟାଲ ପହଞ୍ଚାଇବା ସହ ଅଝାରୁଦ୍ଦିନଙ୍କ ପରିବାରକୁ ସେଠାରୁ ଉଦ୍ଧାର କରିଥିଲା।

ଅଝାରୁଦ୍ଦିନ ଯେଉଁ କାରରେ ଯାତ୍ରା କରୁଥିଲେ ତାହା ଦିଲ୍ଲୀ ନମ୍ବରର କାର ଥିଲା। ପୂର୍ବତନ ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ରାଜନୀତିରେ ସକ୍ରିୟ ଅଛନ୍ତି।  ଦୁର୍ଘଟଣା ନେଇ ଅଝାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଏହା ଏକ ସାମାନ୍ୟ ଦୁର୍ଘଟଣା ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।

   Related Posts