Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ରିକେଟର ତଥା ବିସିସିଆଇ କ୍ୟୁରେଟର ଜି.କସ୍ତୁରୀରଙ୍ଗନଙ୍କ ପରଲୋକ

19/08/2020 at 5:44 PM

ବେଙ୍ଗାଲୁରୁ ୧୯।୮: ପୂର୍ବତନ କ୍ରିକେଟର ତଥା  ବିସିସିଆଇ ପ୍ରଶାସକ ଓ କ୍ୟୁରେଟର ଗୋପାଲସ୍ୱାମୀ କସ୍ତୁରୀରଙ୍ଗନଙ୍କର ବୁଧବାର ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସ୍କ କସ୍ତୁରୀରଙ୍ଗନ ଚାମରାଜାପେଟ୍‌ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଥିବା କର୍ଣ୍ଣାଟକ ଷ୍ଟେଟ୍‌ କ୍ରିକେଟ୍ ଆସୋସିଏସନ (କେଏସସିଏ) ମୁଖପାତ୍ର ବିନୟ ମୃତ୍ୟୁଞ୍ଜୟ ଏହି ସୂଚନା ଦେଇଛନ୍ତି।

କସ୍ତୁରୀରଙ୍ଗନ ଡାହାଣହାତୀ ପେସ୍ ବୋଲର ଥିଲେ।  ୧୯୪୮-୬୩ ମସିହା ପର୍ଯ୍ୟନ୍ତ ମୈସୁର ପକ୍ଷରୁ ଅଧିକାଂଶ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିଥିଲେ। ତାଙ୍କ ପରଲୋକ ଖବର କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। କସ୍ତୁରୀରଙ୍ଗନଙ୍କ ମୃତ୍ୟୁ ଖବରରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ଶୋକବ୍ୟକ୍ତ କରିଛନ୍ତି। କୁମ୍ବଲେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏ ନେଇ ଏକ ପୋଷ୍ଟ କରିଥିବା ବେଳେ କ୍ରିକେଟ୍ ଲାଗି ତାଙ୍କ ଯୋଗଦାନ ନିମନ୍ତେ ସବୁଦିନେ ମନେ ରହିବେ ବୋଲି ଉଲ୍ଲେଖ କରିଛନ୍ତି।

ସେହିପରି କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ମଧ୍ୟ ତାଙ୍କ ବିୟୋଗରେ ସୋକ ପ୍ରକଟ କରିଛି। ସେ କ୍ରିକେଟ୍ ପ୍ରଶାସକ, ବିସିସିଆଇ କାର୍ଯ୍ୟକର୍ତ୍ତା ସମେତ କ୍ୟୁରେଟର ଭାବେ ବେଶ୍ ପରିଚିତ। ଅତୀତରେ ସେ କର୍ଣ୍ଣାଟକ କ୍ରିକେଟ୍ ସଂଘର ସଭାପତି ସମେତ ସାଧାରଣ ସମ୍ପାଦକ ଓ ପରିଚାଳନା ସମିତି ସଦସ୍ୟ ମଧ୍ୟ ଥିଲେ।

   Related Posts