ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ ଘଟଣା : ପୌର ସଂସ୍ଥାର ପୂର୍ବତନ କାଉନସିଲର ଗିରଫ

Published By : Prameya-News7 Bureau | August 28, 2019 IST

କେନ୍ଦ୍ରାପଡା ୨୮୮:  କେନ୍ଦ୍ରାପଡ଼ା ପୌର ସଂସ୍ଥାର ପୂର୍ବତନ କାଉନସିଲର ସେକ୍ ରେହେମତ୍ ଓରଫ ସାନ୍ କୁ ଗିରଫ କରିଛି ସଦର ପୋଲିସ | ଜୁଲାଇ ୧୩ ତାରିଖରେ ଦଣ୍ଡାମୁଣ୍ଡ ଛକରେ ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କ ଉପରକୁ ହୋଇଥିବା ଗୁଳିମାଡ ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି | ମଙ୍ଗଳବାର ପୂର୍ବାହ୍ନରୁ ସ୍ପେଶାଲ ସ୍କ୍ବାଡ୍  ସେକ୍ ରେହେମତକୁ  ଅଟକ ରଖି ପଚରାଉଚରା କରୁଥିଲା |  ତେବେ ଏହି ଗୁଳିକାଣ୍ଡରେ ସେକ୍ ରେହେମତ୍ ର ସମ୍ପୃକ୍ତି ନେଇ ପୂର୍ବରୁ ପୋଲିସ ପାଖରେ ପ୍ରମାଣ ଥିବା ଜଣାପଡ଼ିଛି | ଆଜି ଗିରଫ ପରେ ରେହେମତ୍ କୁ କୋର୍ଟ ଚାଲାଣ କରାଯାଇଛି | ତେବେ ଏ ନେଇ ପୋଲିସର କୋଣସି ପ୍ରତିକ୍ରିୟା ମିଳିପାରିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.