Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ରାଜନୀତି ନୁହେଁ ଏବେ ରୋଗୀ ସେବାରେ ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ ମାଝୀ, ବିରୋଧୀ କହିଲେ ପଲିଟିକାଲ୍ ଷ୍ଟଣ୍ଟ

3/10/2019 at 5:43 PM

ସୁନ୍ଦରଗଡ ୩।୧୦ : କୁହାଯାଏ ରୋଗୀଙ୍କ ସେବା ଠାରୁ ପୁଣ୍ୟ ନାହିଁ। ହଲେ ଏହି ସେବାରେ ଯଦି ଥାଏ ସ୍ବାର୍ଥ, ଅର୍ଥ ଲୋଭଥାଏ ଓ  କିଛି ଅନ୍ୟ କିଛି ଲକ୍ଷ୍ୟ ଥାଏ । ତାହଲେ ଏପରି ରୋଗୀଙ୍କ ସେବାକୁ  କଣ କୁହାଯିବ। ଏମିତି ଅନେକ ପ୍ରଶ୍ନ ଉଠୁଛି ସୁନ୍ଦରଗଡ଼ ତଳସରାର ପୁର୍ବତନ ବିଧାୟକ ଡ଼।କ୍ତର ପ୍ରଫୁଲ ମାଝୀଙ୍କ ରୋଗୀ ସେବାକୁ ନେଇ ?  

ଡାକ୍ତର ପ୍ରଫୁଲ ମାଝି ବିଧାନସଭା ନିର୍ବାଚନ ହାରିଯିବା ପରେ  ରାଜନିତୀ ନୁହେଁ ବରଂ ଲାଗିପଢ଼ଛିନ୍ତି  ରୋଗୀଙ୍କ ସେବାରେ । ରୋଗୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି, ଲେଖୁଛନ୍ତି ପ୍ରେସ୍କ୍ରିପସନ । ରୋଗୀଙ୍କୁ ସ୍ବାସ୍ଥ୍ୟ ପ୍ରତିଯତ୍ନ ନେବାକୁ  କହୁଛନ୍ତି।

ଗତ ନିର୍ବାଚନରେ ପରାଜୟ ପରେ ଡ଼।କ୍ତର ମାଝୀ ଏବେ ଜନତାଙ୍କ ବିଧାୟକ ନୁହେଁ ବରଂ ରୋଗୀଙ୍କ ଡ଼।କ୍ତର । ଡ଼।କ୍ତର ଚାକିରି ଛାଡି ୨୦୦୯ ମସିହାରେ ତଳସରା ବିଧାନସଭାରୁ ଉପ-ନିର୍ବାଚନରେ  ରାଜନିତୀରେ ପାଦ ଦେଇଥବା ଡାକ୍ତର ମାଝୀ ଏବେ ପୁଣି ଡ଼।କ୍ତରୀ ବୃତ୍ତିକୁ ଆପଣେଇଛନ୍ତି । ଡ଼ିଏମଏଫ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ)ରୁ ନିଯୁକ୍ତି ପାଇଛନ୍ତି ଡ଼।କ୍ତର ମାଝୀ । ରାଜନିତୀ ରୁ ଦୁରରେ ରହି  କରିଚାଲିଛନ୍ତି ରୋଗୀଙ୍କ ସେବା । ଡ଼।କ୍ତର ମାଝୀ କହିଛନ୍ତି ରୋଗୀ ସେବାରେ ଅଛି ଆତ୍ମୀୟତା । ରୋଗୀଙ୍କ ସେବା ଠାରୁ ପୁଣ୍ୟ ନାହିଁ । ଡାକ୍ତର ମାଝୀଙ୍କ  ଠାରୁ ଚିକିତ୍ସା ପାଉଥବା ରୋଗୀ  କହିଛନ୍ତି କ୍ତ ମାଝୀଙ୍କୁ  ଡ଼।କ୍ତର ରୁପେ ପାଇ ବେଶ ଖୁସି ।

 ଡ଼।କ୍ତର ମାଝୀଙ୍କ  ରୋଗୀ ସେବାରେ ବିଜେପି  ଦେଖଛି ରାଜନିତୀର ଗନ୍ଧ । ତଳସରା ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ ଏ ବିଷୟରେ ଡାକ୍ତର ପ୍ରଫୁଲ ମାଝୀଙ୍କୁ ଆକ୍ଷେପ କରିଛନ୍ତି । ଡ଼।କ୍ତର  ମାଝୀ ମାଗଣାରେ ରୋଗୀ ସେବା କରୁନାହାନ୍ତି । ସେଥତ୍ପାଇଁ ଦରମା ବାବଦକୁ ଏକ ଲକ୍ଷ ଟଙ୍କା ନେଉଛନ୍ତି । ଟଙ୍କା ନେଇ ରୋଗୀ ସେବା କରି ମହାନତାର କଥା କହୁଥବା ଡ଼।କ୍ତର ମାଝୀ ଉପାନ୍ତ ଅଚଂଳ ଯାଇ ବିନା ପାରିଶ୍ରମିକରେ ରୋଗୀ ସେବା କରୁନ୍ତୁ ବୋଲି ଅଭିଯୋଗ କରିଛନ୍ତି ତାହଲେ ମହାନତା ଜଣା ପଡିବ ବୋଲି ସେ କହିଛନ୍ତି । । ଡ଼।କ୍ତର ମାଝୀ ରୋଗୀ ସେବା ନାଁରେ୨୦୨୪  ନିର୍ବାଚନ ପାଇଁ ଜନମତ ସଂଗ୍ରହ  କରୁଛନ୍ତି ବୋଲି ତଳସରା ବିଜେପି ବିଧାୟକ କହିଛନ୍ତି । 

ସୁନ୍ଦରଗଡ଼ ବିଜେଡ଼ି ନେତା ମଧ୍ୟ ସମାନ ଅଭିଯୋଗ କରିଛନ୍ତି ।  ଜିଲ୍ଲା ମିନେରାଲ ଫଣ୍ଡରୁ ଦରମା ପାଇଁ ଡ଼।କ୍ତର ମାଝୀ ରୋଗୀ ସେବା କରୁଛନ୍ତି । ଆଉ କହୁଛନ୍ତି ରୋଗୀ ସେବା ଠାରୁ ପୁଣ୍ୟ ନାହିଁ  ଡ଼।କ୍ତର ମାଝୀଙ୍କ ଡ଼।କ୍ତରୀ ପାଠ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତା। ଡ଼।କ୍ତର ମାଝୀ ୧୦ବର୍ଷ ହେଲା ଡ଼।କ୍ତରୀ ପାଠ ଠାରୁ ବହୁ ଦୁରରେ ।  ଡ଼।କ୍ତର ମାଝୀଙ୍କ ଡ଼।କ୍ତରୀ ପାଠ ବିଷୟରେ ମନେ ଅଛି  ବୋଲି ବିଜେଡି ପକ୍ଷରୁ ପ୍ରଶ୍ନ କରାଯାଇଛି  ? ରୋଗୀଙ୍କ ରୋଗ ଚିହ୍ନି ପାରିବେ  ବୋଲି ବିଜେଡି ନେତା ପ୍ରଶ୍ନ କରିଛନ୍ତି ।

 ଡାକ୍ତର ପ୍ରଫୁଲ ମାଝୀ ଏହା ରୋଗୀ ସେବା କଥା କହୁଥିବା ବେଳେ ବିଜେଡି ଓ ବିଜେପି ଏହା ଏକ ପଲିଟିକାଲ୍‌ ଷ୍ଟଣ୍ଟ ବୋଲି କହିଛନ୍ତି ।

   Related Posts