ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କ ୭୦ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | February 26, 2020 IST

ଜଗତସିଂହପୁର ୨୬।୨: ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କ ପରଲୋକ ହୋଇଛି । ମୃତ୍ୟୁ ବୋଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ବିଜୟ ନାୟକ । ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ତାଙ୍କର ପରଲୋକ ହୋଇଛି ।

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ବିଜୟ ନାୟକ । ସେ ୧୯୯୫ରୁ ୨୦୦୦ମସିହା ପର୍ଯ୍ୟନ୍ତ ଏରସମା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ ବିଜୟ କୁମାର ନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.