Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ମ୍ୟୁଜିକ୍‌ କ୍ଲାସ୍‌

12/01/2020 at 6:28 PM

ପଦ୍ମପୁରରୁ ( ହେମନ୍ତ ସାହୁ) ୧୨।୦୧ – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗିରିଧାରୀ ଗମାଙ୍ଗଙ୍କ ମ୍ୟୁଜିକ୍‌ କ୍ଲାସ୍‌ ।କୁନି କୁନି ପିଲାଙ୍କୁ ଶିଖାଇଲେ ମ୍ୟୁଜିକ୍‌ ।ଦୀର୍ଘବର୍ଷ ଧରି ରାଜ୍ୟ ରାଜନୀତିରେ ବେଶ୍ ପ୍ରଭାବ ବିସ୍ତାର କରିଥିବା ଏହି ବର୍ଷୀୟାନ ନେତା ଏବେ ପ୍ରତ୍ୟକ୍ଷ ରାଜନୀତି ଠାରୁ ଦୂରେଇ ଯାଇ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।ବରଗଡ଼ ଜିଲ୍ଲା ପଦ୍ମପୁରରେ ଏକ ସ୍କୁଲ ବାର୍ଷିକ ଉତ୍ସବରେ ଯୋଗଦେଇ ସେ ଖୁବ୍‌ ସୁନ୍ଦର ଭାବେ ପିଲାଙ୍କୁ ବାଜା ବଜାଇବା ଶିଖାଇଥିଲେ ।…

ଦୀର୍ଘ ବର୍ଷର ରାଜନୈତିକ ଯାତ୍ରା ।ରାଜନୀତିର ଘନଘଟା ଏବଂ ରଣନୀତି ଭିତରେ ବୁଡ଼ି ରହିଥିଲେ ମଧ୍ୟ ଏହି ବରିଷ୍ଠ ରାଜନେତାଙ୍କର କଳା ପ୍ରତି ଥିବା ମୋହ ଟିକିଏ ହେଲେ ତୁଟି ନାହିଁ ।ସେଥିପାଇଁ ତ ସେ କେଉଁଠି ଟିକିଏ ସୁଯୋଗ ପାଇଲେ ପୁରୁଣା ବାଦ୍ୟଯନ୍ତ୍ରକୁ ବଜାଇବାର ସୁଯୋଗ ଟିକିଏ ହେଲେ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ ।ଆଉ ଏମିତି ଦେଖିବାକୁ ମିଳିଥିଲା ବରଗଡ଼ ପଦ୍ମପୁରରେ । ଏକ ଇଂରାଜୀ ମାଧ୍ୟମ ସ୍କୁଲର ବାର୍ଷିକ ଉତ୍ସବରେ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ରକୁ ଆକର୍ଷଣୀୟ ଭାବେ ବଜାଇଥିଲେ ଗିରିଧାରୀ ଗମାଙ୍ଗ ।

 ତାଙ୍କର ବାଦ୍ୟଯନ୍ତ୍ର ବଜାଇବା ଶୈଳୀରେ ସେଠାରେ ଉପସ୍ଥିତ ଥିବା ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ।କୁନି କୁନି ପିଲାମାନେ ମଧ୍ୟ ଏଥିରୁ ବହୁ କିଛି ଶିଖିବାକୁ ପାଇଥିଲେ ।ବାଦ୍ୟଯନ୍ତ୍ର ଭିତରେ ଥିଲା କଂସା ପିତ୍ତଳର ବାଦ୍ୟ ।

ଜଣେ କଳାକାର ଯେଉଁ କ୍ଷେତ୍ରରେ ଥିଲେ ମଧ୍ୟ ନିଜ କଳା ପ୍ରତି ମୋହ ତୁଟାଇ ପାରିନଥାଏ ତାହା ପୁଣିଥରେ ପ୍ରମାଣିତ କରିଛନ୍ତି ଏହି ବରିଷ୍ଠ ନେତା ।…

   Related Posts