Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ରଞ୍ଜନ ଗୋଗୋଇ ରାଜ୍ୟସଭା ନାମାଙ୍କନକୁ ସ୍ଵୀକୃତି ଦେଇ ନ୍ୟାୟପାଳିକାର ସିଦ୍ଧାନ୍ତ ସହ ସାଲିସ କରିଛନ୍ତି: ଜଷ୍ଟିସ ଯୋଶେଫ କୁରିୟନ

17/03/2020 at 10:04 PM

ନୂଆଦିଲ୍ଲୀ ୧୭।୦୩: ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ କୁରିୟନ ଯୋଶେଫ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ରାଜ୍ୟସଭା ମନୋନୟନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ ନ୍ୟାୟପାଳିକାର ସ୍ଵାଧିନତା, ନିରପେକ୍ଷତାର ସିଦ୍ଧାନ୍ତ ସହ ସାଲିସ୍ କରିଛନ୍ତି। ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଜେ.ଚେଲମେଶ୍ଵର, ଜଷ୍ଟିସ କୁରିୟନ ଯୋଶେଫ ଓ  ଜଷ୍ଟିସ ମଦନ ବି ଲୋକୁର ୨୦୧୮ ଜାନୁଆରୀରେ ତତ୍କାଳୀନ ପ୍ରଧାନ ବିଚାରପରତି ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି କିଛି ବିଶିଷ୍ଟ ପୀଠକୁ ମନମୁଖୀ ଭାବେ ମହତ୍ଵପୂର୍ଣ୍ଣ ମାମଲା ଆବଣ୍ଟନ କରୁଥିବା ଆରୋପ ଲଗାଇଥିଲେ।

ପୂର୍ବତନ ଜଷ୍ଟିସ ଯୋଶେଫ କହିଛନ୍ତି ଯେ, ମୋ ଅନୁସାରେ ପୂର୍ବତନ ପ୍ରଧାନ ବିଚାରପତି ଦ୍ଵାରା ରାଜ୍ୟସଭା ସଦସ୍ୟ ରୂପେ ନାମାଙ୍କନକୁ ସ୍ଵୀକୃତି ଦେବା ନିଶ୍ଚିତ ରୂପେ  ନ୍ୟାୟପାଳିକାର ସ୍ଵାଧୀନତା ଉପରେ ସାଧାରଣ ଜନତାଙ୍କ ବିଶ୍ଵାସକୁ ଭାଙ୍ଗି ଦେଇଛି। ଜଷ୍ଟିସ ଗୋଗୋଇଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବୟାନକୁ ମନେ ପକାଇ ଯୋଶେଫ ଆଶ୍ଚର୍ଯ୍ୟ ପ୍ରକଟ୍ କରିଛନ୍ତି ଯେ, ପୂର୍ବତନ ସିଜେଆଇ ରାଜ୍ୟସଭା ନାମାଙ୍କନକୁ କେମିତି ସ୍ଵୀକାର କଲେ ?

ସେ କହିଛନ୍ତି ଯେ, ଆମେ ସର୍ବଦା ଦେଶ ହିତ ପାଇଁ କାମ କରିଛୁ। ୨୦୧୮ ଜାନୁଆରୀ ୧୨ରେ  ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଆମେ ତିନି ଜଜ ସମର୍ଥନ ଦେଇଥିଲୁ। ଜଷ୍ଟିସ କୁରିୟନ କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ଯେ, କେମିତି ନ୍ୟାୟମୂର୍ତ୍ତି ଗୋଗୋଇ ଯିଏ ଥରେ  ନ୍ୟାୟପାଳିକାର ସ୍ଵାଧୀନତାକୁ ବଜାୟ ରଖିବା ଲାଗି ଦୃଢ ବିଶ୍ଵାସ ସହିତ ସାହାସର ପ୍ରଦର୍ଶନ କରିଥିଲେ , ସେ ଏବେ ନ୍ୟାୟାପାଳିକାର ନିରପେକ୍ଷତାର ମହାନ ସିଦ୍ଧାନ୍ତ ସହ କେମିତି ସାଲିସ କଲେ।

   Related Posts