ବିଜେଡି ଛାଡିଲେ ପୂର୍ବତନ ପୁରୀ ନଗରପାଳ ଜୟନ୍ତ ଷଡ଼ଙ୍ଗୀ, ବିଧାୟକଙ୍କ କାର୍ଯ୍ୟକଳାପକୁ କଲେ ଦାୟୀ

Published By : Prameya-News7 Bureau | March 28, 2019 IST

ପୁରୀ୨୮|୩:  ପୁରୀ ଜିଲ୍ଲା ବିଜେଡ଼ିକୁ ଧକ୍କା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ଦେଇଛନ୍ତି ପୂର୍ବତନ ପୁରୀ ନଗରପାଳ ତଥା ସତ୍ୟବାଦୀ ବିଧାନସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ। ତାଙ୍କୁ ଦଳରେ ଅଣଦେଖା ଓ ବିଶ୍ୱାସଘାତ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ନଗରପାଳ ଜୟନ୍ତ।

{"id":97957}

ଜନତା ଦଳ ଥିବା ସମୟରୁ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇ ଦୀର୍ଘ ୩୦ବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ଦଳ ତାଙ୍କର ଆବଶ୍ୟକତା ଅନୁଭବ କରୁନଥିବା ଦଳ ଛାଡ଼ିବା ପରେ ପ୍ରତିକ୍ରୀୟା ଦେଇ ଜୟନ୍ତ ଏହା କହିଛନ୍ତି। ନିଜର ଶୁଭେଛୁ ଓ ସମର୍ଥକଙ୍କ ସହ ଆଲୋଚନା ପରେ ସେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ପୁରୀ ବିଧାୟକ ମହେଶ୍ବର ମହାନ୍ତିଙ୍କ କାର୍ଯ୍ୟକଳାପରେ ସେ ଅତିଷ୍ଟ ହେବା ସହ ଅସୁରକ୍ଷିତ ମନେକରି ଦଳ ଛାଡିଥିବା କହିଛନ୍ତି ।

{"id":97958}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.