ଆଲଫାବେଟ୍‌କୁ ଗୁଡ୍ ବାଏ କହିଲେ Googleର ପୂର୍ବତନ ସିଇଓ

Published By : Prameya-News7 Bureau | May 11, 2020 IST

ମାଉଣ୍ଟେନଭ୍ୟୁ:  ଗୁଗଲର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏରିକ୍ ସ୍ମିଟ୍‌ ପ୍ୟାରେଣ୍ଟ  କମ୍ପାନୀ ଆଲଫାବେଟ୍‌ରୁ ଇସ୍ତଫା ଦେଇଛନ୍ତି। ଗତ ଫେବୃଆରୀମାସରେ ସେ ପ୍ରଥମେ ବୈଷୟିକ ପରାମର୍ଶଦାତା ପଦରୁ ଓହରି ଯାଇଥିବା ବେଳେ ଏବେ ଆଲଫାବେଟ୍‌ ଛାଡିଛନ୍ତି। ୨୦୦୧ରୁ ସ୍ମିଟ୍ ଗୁଗଲର ସିଇଓ ଭାବେ କାର୍ଯ୍ୟକରିଥିଲେ। ୨୦୧୧ରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦକୁ ଉନ୍ନିତ ହୋଇଥିଲେ।

{"id":268268,"sizeSlug":"large"}

ଦୀର୍ଘ ୧୮ ବର୍ଷରୁ ଅଧିକ ସମୟ ହେଲା ଆଲଫାବେଟ୍ ପ୍ରବନ୍ଧନ ବୋର୍ଡରେ ରହି ଆସିଥିବା ସ୍ମିଟ୍‌ଙ୍କ କାର୍ଯ୍ୟକାଳ ଆଗାମୀ ଜୁନ ମାସରେ ଶେଷ ହେଉଛି। ୧୯ ଜୁନରେ ସରୁଥିବା କାର୍ଯ୍ୟକାଳକୁ ସେ ଆଉ ସମ୍ପ୍ରସାରିତ କରିବାକୁ ଚାହୁଁନଥିବା ଜଣାଇଛନ୍ତି। ଗୁଗଲ ଗତବର୍ଷ ସୁନ୍ଦର ପିଚାଇଙ୍କୁ ଗୁଗଲ ସମେତ ଆଲଫାବେଟ୍‌ର ସିଇଓ ନିଯୁକ୍ତ କରିଥିଲେ।

{"id":268269,"sizeSlug":"large"}

ଗୁଗଲକୁ  ସିଲିକନ ଭେଲିରେ ଷ୍ଟାର୍ଟଅପ୍‌ରୁ ଗ୍ଲୋବାଲ ଟାଇଟନ ପର୍ଯ୍ୟନ୍ତ ଯାତ୍ରାରେ ଗତି ଦେବାକୁ ଉଲ୍ଲେଖନୀ କାର୍ଯ୍ୟ କରିଛନ୍ତି। ଏବେ ସେ ଆଉ ସର୍ଚ୍ଚ ଜିଆଣ୍ଟ ଅଥବା ଆଲଫାବେଟ୍‌ର କୌଣସି ପଦପଦବୀରେ ନାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.