ଯୁବତୀଙ୍କ ବିବାହରେ ପହଞ୍ଚିଲେ ତାଙ୍କ ପୂର୍ବତନ ପ୍ରେମିକ, ତା’ପରେ କଣ ହେଲା... ଦେଖନ୍ତୁ ଭିଡିଓ

Published By : Prameya-News7 Bureau | January 29, 2021 IST

ନୂଆଦିଲ୍ଲୀ ୨୯/୦୧: ପୂର୍ବତନ ପ୍ରେମିକ (ଏକ୍ସ ବୟଫ୍ରେଣ୍ଡ)କୁ ନେଇ ଅନେକ ଖବର ସାମ୍ନାକୁ ଆସେ। ଆଜିର ଦିନରେ ପୂର୍ବତନ ପ୍ରେମିକା ଏବଂ ପ୍ରେମିକା ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି। ପ୍ରେମ ବିଚ୍ଛେଦ ପରେ ହୁଏତ ପୁଣି ଥରେ ସାକ୍ଷାତ କରିବାର ସମ୍ଭାବନା ନଥାଏ। ପ୍ରେମିକାର ବାହା ଘରରେ ଜଣେ ପୂର୍ବତନ ପ୍ରେମିକ ଯିବା ବି ପ୍ରାୟ ଅସମ୍ଭବ । କିନ୍ତୁ ଏମିତି ଜଣେ ପ୍ରେମିକର ଖବର ସାମ୍ନାକୁ ଆସିଛି ଯିଏ ନିଜ ପୂର୍ବତନ ପ୍ରେମିକା ବାହା ଘରକୁ ଯାଇଥିଲେ। ସେଠାରେ କଣ ହେଲା ଆସନ୍ତୁ ଜାଣିବ।

ପ୍ରେମିକା ବାହା ଘରରେ ହଠାତ ପହଞ୍ଚିଲେ ପୂର୍ବତନ ପ୍ରେମିକ। ନିଜର ପୂରୁଣା ପ୍ରେମିକକୁ ଦେଖି କନିଆଁ ଆଶ୍ଚର୍ଯ୍ୟ ହୋଇଥିଲେ ବି ଖୁସି ହୋଇଯାଇଥିଲେ। ବେଦୀ ଉପରୁ ଦୌଡ଼ିଯାଇ ତାଙ୍କୁ ଆଳିଙ୍ଗନ କରିବାକୁ ଇଚ୍ଛା ଥିଲେ ବି ଏବେ ସେ ଆଉ କାହାର ହୋଇସାରିଥିଲେ। ତେଣୁ ପାଖରେ ବସିଥିବା ସ୍ବାମୀଙ୍କ ଅନୁମତି ଭିକ୍ଷା କରିଥିଲେ ମହିଳା।

ବିଚରା ସ୍ବାମୀ ଆଉ କଣ କରିଥାନ୍ତେ, ସ୍ମିତହାସ୍ୟ ଦେଇ ହଁ ଭରିବାକୁ ବାଧ୍ୟ ହୋଇଥିଲେ। ହଁ ମିଳିବା କ୍ଷଣି ମହିଳା ଦୌଡ଼ିଯାଇଥିଲେ ନିଜର ପୂରୁଣା ପ୍ରେମିକଙ୍କ ପାଖକୁ। ତାଙ୍କୁ ଜୋରରେ ଆଲିଙ୍ଗନ କରିପକାଇଥିଲେ।

ମହିଳାଙ୍କ ପୂରୁଣା ପ୍ରେମିକ ବରକୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟପଟେ ନିଜକୁ ଆଉ ଅଟକାଇ ପାରିନଥିଲେ ବର। ସେ ବି ନିଜ ସ୍ତ୍ରୀଙ୍କ ଏକ୍ସ ବୟଫ୍ରେଣ୍ଡକୁ ଆଲିଙ୍ଗନ କରିପକାଇଥିଲେ। ଏଭଳି ଏକ ଭିଡିଓ ଇଣ୍ଡୋନେସିଆର ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

wp:embed {"url":"https://www.youtube.com/watch?time_continue=25\u0026v=y-5z1poxVu4\u0026feature=emb_logo","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?time_continue=25&v=y-5z1poxVu4&feature=emb_logo
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.