ଛାତ୍ରୀଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ ପୂର୍ବତନ ବିଜେପି ବିଧାୟକ, ଭିଡିଓ ଭାଇରାଲ
11/01/2021 at 6:52 PM

ବନାରସ ୧୧।୧: ଉତ୍ତରପ୍ରଦେଶ ବାରଣାସୀରେ ଜନୈକା ଛାତ୍ରୀଙ୍କ ପ୍ରତି ଅସଦାଚରଣ ପାଇଁ ପୂର୍ବତନ ବିଧାୟକଙ୍କୁ ଲୋକେ ନିସ୍ତୁକ ମାଡ ମାରିଛନ୍ତି। ଘଟଣା ଜାନୁୟାରୀ ୯ ତାରିଖର, ତେବେ ପୂର୍ବତନ ବିଧାୟକଙ୍କୁ ମାଡ ମରାଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ୟୁପି ଭଗତୁଆ ଅଞ୍ଚଳରେ ପୂର୍ବତନ ବିଜେପି ବିଧାୟକ ମାୟାଶଙ୍କର ପାଠକ ଏକ କଲେଜ ପରିଚାଳନା କରୁଛନ୍ତି। ସେ ଏହି କଲେଜର ଚେୟାରମ୍ୟାନ ମଧ୍ୟ। କଲେଜରେ ପାଠକ ଜନୈକ ଛାତ୍ରୀଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ନେଇ ଛାତ୍ରୀ ଘରେ କହିବା ପରେ ପରିବାର ଲୋକେ ଲଙ୍କାକାଣ୍ଡ କରିଛନ୍ତି।

ତେବେ ଘଟଣା ନେଇ ପୋଲିସରେ ଅଭିଯୋଗ ନ କରିବା ଲାଗି ବିଧାୟକ କହିବା ଯୋଗୁ ପରିବାର ଲୋକେ କୈଣସି ଅଭିଯୋଗ କରିନାହାନ୍ତି। ତେବେ ମାମଲାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପିଣ୍ଡରା ସର୍କଲ ଅଫିସର ମାମଲାର ତଦନ୍ତ କରୁଥିବା କହିଛନ୍ତି। ଭିଡିଓର ସତ୍ୟତା ଜଣାପଡିବା ପରେ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରିବ ବୋଲି ସିଓ ଅଭିଷେକ ପାଣ୍ଡେ କହିଛନ୍ତି।