ଠକେଇ ମାମଲାରେ ବିଜେପି ନେତ୍ରୀଙ୍କ ପୁଅ ଗିରଫ

Published By : Prameya-News7 Bureau | August 24, 2020 IST

ଗୟା ୨୪।୮: ବିହାର ଗୟା ଜିଲ୍ଲା ବାଙ୍କେ ବଜାର ବ୍ଲକ୍‌ର ପୂର୍ବତନ ବିଜେପି ମଣ୍ଡଳ ସଭାପତି ତଥା ପନନୀୟା ପଞ୍ଚାୟତ ମୁଖ୍ୟ ଚନ୍ଦ୍ରାବତୀଙ୍କ ପୁଅ ଅନୀଲ କୁମାର ସାବ ଓର୍ଫ ମଣ୍ଟୁ ସାବ୍‌କୁ ପୋଲିସ ସୋମବାର ଗିରଫ କରିଛି। ଚେକ୍‌ ଜାଲିଆତି କରି ଠକେଇ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ କୋର୍ଟରେ ହାଜର କରିଛି।

ସୂଚନାରୁ ପ୍ରକାଶ ଯେ ପନନୀୟା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ନିଶ୍ଚୟ ନଳଜଳ କାର୍ଯ୍ୟାକ୍ରମ ହେଉଛି। ଏଥିରେ ୧୦ ନମ୍ବର ୱାର୍ଡରେ ହୋଇଥିବା ଯୋଜନା କାର୍ଯ୍ୟକୁ ମଣ୍ଟୁ ସାବ ସାମଗ୍ରୀ ଯୋଗାଇ ଦେଇଥିଲେ। ଏଥିଲାଗି ତାଙ୍କୁ ପଞ୍ଚାୟତ ୪୯ ହଜାର ଟଙ୍କାର ଏକ ଚେକ୍‌ ଦେଇଥିଲା। ଏଥିରେ ସେ ଜାଲିଆତି କରି ୨ଲକ୍ଷ ୪୯ ହଜାର ଟଙ୍କା ଉଠାଇ ନେଇଛନ୍ତି।

ମଣ୍ଟୁ ସାବ୍‌ଙ୍କୁ ପଞ୍ଚାୟତ ପକ୍ଷରୁ ୱାର୍ଡ ସଦସ୍ୟା ଅନୀତା ଦେବୀ ୱାର୍ଡ ସମ୍ପାଦକ ଚନ୍ଦନ କୁମାରଙ୍କ ଉପସ୍ଥିତିରେ ଦେଇଥିବା ବେଳେ ଚେକ୍‌ ସଂଖ୍ୟା ୨୦୭୪୬୪ ଥିଲା। ୪୯ ହଜାର ଟଙ୍କାର ଚେକ୍‌ ଆଗରେ ୨ ଲେଖି ମଣ୍ଟୁ ଗତବର୍ଷ ୨ଲକ୍ଷ ୪୯ ହଜାର ଟଙ୍କା ଉଠାଇ ନେଇଥିଲେ। ଘଟଣା ଜଣାପଡିବା ପରେ ପଞ୍ଚାୟତ କର୍ତ୍ତୃପକ୍ଷ ଇମାମଗଞ୍ଜ ଥାନାରେ ଲିଖିତ ଏତଲା ରୁଜୁ କରିଥିବା ବେଳେ ପୋଲିସ ମାମଲାର ତଦନ୍ତ କରି ମଣ୍ଟୁଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.