ଆତ୍ମହତ୍ୟା ଉଦ୍ୟମ କରି ଡାକ୍ତରଖାନାରେ ବିଗ୍ ବସ୍ କନ୍ନଡ ପ୍ରତିଯୋଗୀ ଚୈତ୍ରା କୋଟୁର, ଶାଶୂଘରେ ଏଣ୍ଟ୍ରି ନମିଳିବାରୁ ପିଇଦେଲେ ଫିନାଇଲ୍‌

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯/୦୪: ବିଗ୍ ବସ୍ କନ୍ନଡର ପୂର୍ବତନ ପ୍ରତିଯୋଗୀ ଚୈତ୍ରା କୋଟୁର ଗତ ଗୁରୁବାର ଦିନ ଫିନାଇଲ୍ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସୂଚନା ଅନୁଯାୟୀ, ଚୈତ୍ରା ସେତେବେଳେ କୋଲାର ସ୍ଥିତ ତାଙ୍କ ଘରେ ଥିଲେ । ଅବସ୍ଥା ଗୁରୁତର ହେବାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଚୈତ୍ରାଙ୍କ ଅବସ୍ଥା ବର୍ତ୍ତମାନ ଭଲ ଅଛି । କୁହାଯାଉଛି ଯେ ସେ ଶାଶୁଘର ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି ।

{"width":614,"height":344}
Chaithra Kottur gets evicted from Bigg Boss house? - BIOGRAPHYDAILY

ସୂଚନା ଅନୁଯାୟୀ, ଚୈତ୍ରା ଗତ ମାସରେ ବ୍ୟବସାୟୀ ନାଗାର୍ଜୁନଙ୍କୁ ବିବାହ କରିଥିଲେ । ମନ୍ଦିରରେ ସେମାନଙ୍କ ବିବାହର ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଚୈତ୍ରା ନାଗାର୍ଜୁନଙ୍କ ସହ ଦୀର୍ଘ ବର୍ଷ ଧରି ସମ୍ପର୍କ ରଖିଥିଲେ । ନାଗାର୍ଜୁନଙ୍କ ଘରଲୋକମାନେ ଏହି ବିବାହ ପାଇଁ ପ୍ରସ୍ତୁତ ନଥିଲେ ଏବଂ ସେ ଚୈତ୍ରାଙ୍କୁ ଘରେ ପ୍ରବେଶ କରିବାକୁ ଦେଇନଥିଲେ ।

{"width":615,"height":369}
Kannada Bigg Boss Contestant Chaithra Kottur Marriage Courts Controversy

 ଚୈତ୍ରା କହିଛନ୍ତି ଯେ ନାଗାର୍ଜୁନଙ୍କ ପରିବାର ଲୋକୋ ତାଙ୍କୁ ବହୁତ କିଛି କହିଥିଲେ ଏବଂ ତାଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ । ଆତ୍ମହତ୍ୟା ଉଦ୍ୟମ ପରେ  ମାମଲା ଥାନାରେ ପହଞ୍ଚିବା ପରେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପୋଲିସ ଷ୍ଟେସନରେ ପହଞ୍ଚିବାକୁ ଡକାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.