ଅନୁଗୋଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଖାତାରୁ ୬୦ ଲକ୍ଷ ଟଙ୍କା ହଡପ ଘଟଣା : ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ

Published By : Prameya-News7 Bureau | September 15, 2019 IST

ଅନୁଗୋଳ ୧୫।୯: ଅନୁଗୋଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଖାତାରୁ ୬୦ ଲକ୍ଷ ଟଙ୍କା ହଡପ କରିବା ଘଟଣାରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ ହୋଇଛନ୍ତି । ଅନୁଗୋଳ ପୋଲିସ ଅନୁଗୋଳ ଏଚଡିଏଫସି ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

{"id":157861}

ସୂଚନାଯୋଗ୍ୟ ଯେ, ଅନୁଗୋଳ ଏଚଡିଏଫସି ବ୍ୟାଙ୍କରେ ଜିଲ୍ଲାପାଳଙ୍କ ନାମରେ ଏକ ଆକାଉଣ୍ଟ ରହିଛି । ଗତ କିଛି ଦିନ ତଳେ ଏହି ଆକାଉଣ୍ଟର ଷ୍ଟେଟମେଣ୍ଟ ଆସିବା ପରେ ଏହି ଆକାଉଣ୍ଟରୁ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ବିଭିନ୍ନ ସମୟରେ ୮ଟି ଚେକ୍ ମାଧ୍ୟମରେ ଉଠାଇ ନିଆ ଯାଇଥିବା ଜଣାପଡିଥିଲା । ଯେଉଁ ଚେକ୍ ମାଧ୍ୟମରେ ଟଙ୍କା ଉଠା ଯାଇଥିଲା ସେହି ଚେକ୍ ବହି ପାଇଁ ଦିଆ ଯାଇଥିବା ଦରଖାସ୍ତ ମଧ୍ୟ ଜାଲ୍ ଥିବା ଜଣାପଡିଥିଲା ।

{"id":157862}

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଚେକ୍ ରେ ଏହି ସବୁ ଟଙ୍କା ଉଠା ଯାଇ ନଥିବା ଜଣାପଡିବା ପରେ ଏନେଇ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ଅନୁଗୋଳ ପୋଲିସ ଘଟଣାର ତଦନ୍ତ କରି ସେତେବେଳେ ଏହି ବ୍ୟାଙ୍କରେ ମ୍ୟାନେଜର ଥିବା ଶକ୍ତି ବେଦାନ୍ତ ଦାସଙ୍କୁ ଭୁବନେଶ୍ଵରରୁ ଆଣି ପଚରାଉଚୁରା କରିଥିଲା । ଆଉ ମ୍ୟାନେଜର ଶକ୍ତି ନିଜେ ଦରଖାସ୍ତ ଦେଇ ଚେକ୍ ବୁକ୍ ଆବେଦନ କରିବା ସହ ସେହି ଚେକ୍ ବହିର ୮ ଟି ଚେକରେ ଏହି ସବୁ ଟଙ୍କା ଉଠାଇ ନେଇଥିବା ଜଣାପଡିଥିଲା ।

{"id":157863}

ବ୍ୟାଙ୍କରୁ ଟଙ୍କା ହଡପ ପରେ ଶକ୍ତି ଚାକିରୀ ଛାଡି ଚାଲିଯାଇ ଥିଲେ । ଶକ୍ତି ଏବେ ଭୁବନେଶ୍ବରର ଆଇଡିଏଫସି ବ୍ୟାଙ୍କର ମ୍ୟାନେଜର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହି ଟଙ୍କା ହଡପ ଘଟଣାରେ ବ୍ୟାଙ୍କର ଅନ୍ୟ କୌଣସି କର୍ମଚାରୀ କିମ୍ବା ଜିଲ୍ଲା ପ୍ରଶାସନର କୌଣସି କର୍ମଚାରୀଙ୍କ ସଂପୃକ୍ତି ଅଛି କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.