ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ହେବାକୁ ଆବେଦନ କରିବେ ଜୈସନ ଗିଲେସ୍ପି

Published By : Prameya-News7 Bureau | July 16, 2019 IST

ଆଇସିସି ବିଶ୍ୱକପ୍ ସେମିରୁ ଫେରସ୍ତ ପରେ ଟିମ୍ ଇଣ୍ଡିଆ ଏବେ ଢେର ଆଗକୁ ଗତିକରି ଗଲାଣି। ଆସନ୍ତା ମାସରୁ ଟିମ୍ ର ୱେଷ୍ଟଇଣ୍ଡିଜ ଗସ୍ତ ଆରମ୍ଭ ହେବ। ଏହି ଗସ୍ତରୁ ଫେରିବା ପରେ ଟିମ୍ କୁ ନୂଆ କୋଚ୍ ମିଳିବେ ବୋଲି ଜଣାପଡିଛି। ଏଥିପାଇଁ ବିସିସିଆଇ ଆବେଦନ ଆହ୍ୱାନ କରିବାକୁ ଯାଉଥିବା ବେଳେ ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ତଥା ଦ୍ରୁତ ବୋଲର ଜୈସନ ଗିଲେସ୍ପି  ବୋଲିଂ କୋଚ୍ ହେବାକୁ ଆବେଦନ କରିପାରନ୍ତି । 

{"id":134302}

୪୪ ବର୍ଷ ବୟସ୍କ ଗିଲେସ୍ପି ଏବେ  ସସେକ୍ସ କାଉଣ୍ଟି ଟିମର କୋଚ୍ ଅଛନ୍ତି। ପୂର୍ବରୁ ଥରେ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ପଦବୀ ନିମନ୍ତେ ସେ ଆବେଦନ କରିଥିଲେ। ଏବେ ସେ କେବଳ ବୋଲିଂ କୋଚ୍ ହେବାକୁ ଆଗ୍ରହୀ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତୀୟ ଟିମର ବୋଲିଂ ଦୁର୍ବଳ ବୋଲି ଗତ ବିଶ୍ୱକପ୍ ରେ ପ୍ରମାଣିତ ହୋଇ ସାରିଛି। ଏଣୁ ଭରତ ଅଋଣଙ୍କୁ କୋଚ୍ ଭାବେ କଣ୍ଟ୍ରାକ୍ଟ ରିନୱାଲ ନ କରିପାରନ୍ତି ବିସିସିଆଇ । ଏମିତିରେ ଟିମର ଫିଜିଓ ଏବଂ ଟ୍ରେନର ନୂଆ ନିଯୁକ୍ତ ହେବେ। ଏଣୁ ବିସିସିଆଇ ବୋଲିଂ କୋଚ୍ ପରିବର୍ତ୍ତନ କଲେ ଗିଲେସ୍ପି ନିଶ୍ଚିତ ଆବେଦନ କରିବେ ବୋଲି ଜଣାପଡିଛି।

{"id":134303}

ରବି ଶାସ୍ତ୍ରୀ ଏବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଥିବା ବେଳେ ସଞ୍ଜୟ ବାଙ୍ଗର ବ୍ୟାଟିଂ ଓ ଭରତ ଅଋଣ ବୋଲିଂ କୋଚ୍ ଅଛନ୍ତି। ବିଶ୍ୱକପ୍  ପର୍ଯ୍ୟନ୍ତ ଟିମ୍ ସହ ସେମାନଙ୍କର କଣ୍ଟ୍ରାକ୍ଟ ଥିଲା। ତେବେ ବିଶ୍ୱକପ୍ ପରେ ପରେ ଆରମ୍ଭ ହେବାକୁଯାଉଥିବା ୱେଷ୍ଟଇଣ୍ଡିଜ ଟୁର ନିମନ୍ତେ ସେମାନଙ୍କର କଣ୍ଟ୍ରାକ୍ଟ ଅବଧିକୁ ୪୫ ଦିନ ସମ୍ପ୍ରସାରଣ କରାଯାଇଥିଲା। ଏଣୁ ୱେଷ୍ଟଇଣ୍ଡିଜ ଟୁରରୁଫେରିବା ପରେ ଟିମ୍ ଇଣ୍ଡିଆକୁ ନୂଆ କୋଚ୍ ମିଳିବେ ବୋଲି ଆକଳନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.