୧୨ବର୍ଷ ପରେ ରିକି ପଣ୍ଟିଂ ମାନିଲେ, 'ମଙ୍କି ଗେଟ' ବିବାଦ ତାଙ୍କ କ୍ୟାରିୟରର କଳଙ୍କିତ ଅଧ୍ୟାୟ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୦୩ : ୨୦୦୮ ସମୟରେ “ମଙ୍କି ଗେଟ” ଅଧ୍ୟାୟ ସମୟ ସବୁଠାରୁ ଖରାପ ସମୟ।  ଅଷ୍ଟ୍ରେଲିଆର ଦୁଇତର ବିଶ୍ବକପ୍‌ ବିଜେତା ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏହା କହିଛନ୍ତି । ରିକିଙ୍କ ଅଧିନାୟକତ୍ବର ସମୟରେ ଏହା ସବୁଠାରୁ ଖରାପ ସମୟ ସମୟ ସହିତ ବିବେଚନା କରିଛନ୍ତି । ୨୦୦୫ରେ ଏସେସ୍‌ ସିରିଜରେ ପରାସ୍ତ ହେବା ପରେ ମଧ୍ୟ ମୁଁ ଏତେ ଦୁଃଖିତ ନଥିଲେ । ଯାହା “ମଙ୍କି ଗେଟ” ଅଧ୍ୟାୟ ସମୟରେ ଥିଲା ବୋଲି ପଣ୍ଟିଂ କହିଥିଲା । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମଙ୍କି ଗେଟ” ପରଠାରୁ ଉଭୟ ଦେଶ (ଭାରତ-ଅଷ୍ଟ୍ରେଲିଆ) ମଧ୍ୟରେ ବିବାଦ ଦେଖାଦେଇଥିଲା । ସେହିଦିନଠାରୁ ଉଭୟ ଦେଶଙ୍କ ମଧ୍ୟରେ କ୍ରିକେଟ ସମ୍ପର୍କ ସେତେଟା ଭଲ ନାହିଁ । ଆଣ୍ଟ୍ର୍ୟୁ ସାଇମଣ୍ଡସ୍‌ଙ୍କ କ୍ୟାରିୟର ମଧ୍ୟ ସେହି ବର୍ଷ ଠାରୁ ତଳକୁ ତଳ ଖସିଚାଲିଲା । ଯାହାର ଅନ୍ତ ଆପଣ ସବୁ ଜଣିଥିବେ ବୋଲି ରିକି କହିଛନ୍ତି । ନିଜ କ୍ୟାରିୟର ସବୁଠାରୁ ଖରାପ ସମୟ ଏହି “ମଙ୍କି ଗେଟ” ଅଧ୍ୟାୟ ବୋଲି ପଣ୍ଟି କହିଛନ୍ତି

{"id":240341,"sizeSlug":"large"}

ସୂଚନାଯୋଗ୍ୟ ଯ, ୨୦୦୮ରେ ସିଡନୀରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଥିଲ। ଏହି ମ୍ୟାଚ୍‌ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ ସାଇମଣ୍ଡସ୍‌ଙ୍କୁ ଭାରତୀୟ ବୋଲଲ ହରଭଜନ ସିଂହ ‘ମଙ୍କି’ କହିଥିଲେ ବୋଲି ଅଭିଯୋଗ ଆସିଥିଲା । ଏହାପରେ ହରଭଜନଙ୍କୁ ତିନୋଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିଲା । କିନ୍ତୁ ହରଭଜନଙ୍କ ବାସନ୍ଦ ସହଜରେ ନେଇନଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ସମୟ ଏପରି ପରିସ୍ଥିତି ଆଣିଲା ଯେ, ଭାରତୀୟ ବୋର୍ଡ ତାର ସମ୍ପୂର୍ଣ୍ଣ ଟିମ୍‌କୁ ଅଷ୍ଟ୍ରେଲିଆ ଗସ୍ତ ଅଧାରେ ଛାଡିବା ପାଇଁ କହିଦେଇଥିଲେ । ସେପଟେ କିନ୍ତୁ ଅଷ୍ଟ୍ରେଲିଆ ମିଡିଆ ହରଭଜନଙ୍କ ନାଁରେ ଅଯଥା ଖବର ପ୍ରସାରଣରେ ବ୍ୟସ୍ତ ଥିଲା । ସିରିଜ୍‌ ବନ୍ଦ ହେବା ଦେଖି ICC ଏହି ପ୍ରସଙ୍ଗରେ ମୁଣ୍ଡ ପୂରାଇଥିଲା । ଏବଂ ଏହାକୁ ତଦନ୍ତ ପାଇଁ ଏକ ଅନୁଶାସନ କମି

{"id":240343,"sizeSlug":"large"}

ଟି ଗଠନ କରିଥିଲା । କମିଟି ନିକଟରେ ଉଭୟ ଦେଶରେ ଖେଳାଳି ଉପସ୍ଥିତ ହୋଇ ନିଜ ନିଜର ପକ୍ଷ ରଖିଥିଲେ । ଏବଂ ଶେଷରେ ହରଭଜନଙ୍କ ମ୍ୟାଚ୍‌ ଫି କଟାଯାଇ। ଅନ୍ୟ ସମସ୍ତ ବାସନ୍ଦକୁ ହଟାଇଯାଇଥିଲା । ଏହି ସିରିଜ ସମୟରେ ଅନେକ ଅଭିଯୋଗ ସାମ୍ନାକୁ ଆସିଥିଲା । ସେତେବେଳେର ଅଧିନାୟକ ତଥା ବରିଷ୍ଠ ସ୍ପିନର ଅନିଲ କୁମ୍ବଲେ କହିଥିଲେ ଯେ, ପଡିଆରେ ଖେଳଭାବନ ସହ କେବଳ ଗୋଟିଏ ଟିମ୍‌ ଖେଳୁଥିଲା ।

{"id":240346,"sizeSlug":"large"}

ରିକି ପଣ୍ଟିଂଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ 77 ଟି ଟେଷ୍ଟ ମଧ୍ୟରୁ 48 ଟି ଜିତିଥିବା ବେଳେ 228 ଟି ଦିନିକିଆ ଅନ୍ତର୍ଜାତୀୟ ମଧ୍ୟରୁ 164 ଟି ବିଜୟୀ କରାଇଛନ୍ତି । ଦୁଇଟି ବିଶ୍ବକପ୍‌ ଜିତିବାର ରେକର୍ଡ ମଧ୍ୟ ରହିଛି । ରିକି ପଣ୍ଟିଙ୍କ ଅଧିନାୟକରେ ଥିବା ଅଷ୍ଟ୍ରେଲିଆ ଟିମ୍‌ ସେତେବେଳେର ସବୁଠାରୁ ଶକ୍ତିଶାଳୀ ଟିମ୍‌ ବୋଲି କୁହାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.