ହାଇଦ୍ରାବାଦ ୧୬।୯: ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କୋଡେଲା ଶିବ ପ୍ରସାଦ ରାଓ ସୋମବାର ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେଲଗୁଦେଶମ ପାର୍ଟିର ବରିଷ୍ଠ ନେତା ଶିବ ପ୍ରସାଦ ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ଏହି କାଣ୍ଡ କରିଛନ୍ତି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ବାସବଟକରମ ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଗଭୀର ଶୋକ ପ୍ରକଟ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
{"id":158637}୭୨ ବର୍ଷ ବୟସ୍କ ଶିବ ପ୍ରସାଦ ପେଷାରେ ଜଣେ ଡାକ୍ତର ଥିଲେ। ସେ ଗୁଣ୍ଟୁର ମେଡିକାଲ କଲେଜ ହସ୍ପିଟାଲରୁ ଡାକ୍ତରୀ ପାସ କରିବା ପରେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ୧୯୮୩ ମସିହାରେ ତେଲଗୁଦେଶମ ପାର୍ଟିରେ ଯୋଗଦେଇ ରାଜନୀତିରେ ପ୍ରବେଶ କରିଥିଲେ। ସେ ନାରସୋରାଓପେଟରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟର ଗୃହ ଓ ପଞ୍ଚାୟତିରାଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ବେଶ ଦକ୍ଷତାର ସହ କାମ କରିଥିଲେ।
{"id":158638,"width":580,"height":387}୨୦୧୪ ମସିହାରେ ଆନ୍ଧ୍ରପ୍ରଦେଶରୁ ତେଲେଙ୍ଗାନା ପୃଥକ ହୋଇଥଲା। ସେତେବେଳେ ଶିବ ପ୍ରସାଦ ଆନ୍ଧ୍ରପ୍ରଦେଶ ବିଧାନସଭାର ବାଚସ୍ପତି ଥିଲେ। ତାଙ୍କର ୨ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତେବେ ସେ କ’ଣ ପାଇଁ ଆତ୍ମହତ୍ୟା କଲେ କାରଣ ସ୍ପଷ୍ଟ ହୋଇ ପାରିନାହିଁ।