ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅର ସନ୍ଦେହଜନକ ମୃତ୍ୟୁ, ଏବେ ଯାଏଁ ଖୋଲିନି ବାପାଙ୍କ ଆତ୍ମହତ୍ୟାର ରହସ୍ୟ

Published By : Prameya-News7 Bureau | February 12, 2020 IST

ଲଣ୍ଡନ ୧୨।୦୨: କିଛି ଦିନ ତଳେ ପିତା କରିଥିଲେ ଆତ୍ମହତ୍ୟା, ଏବେ ପୁଅଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି । ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କାଲିଖୋ ପୁଲଙ୍କ ପୁତ୍ର ସୁବାଂସୋ ପୁଲ ମୃତଦେହ ମିଳିଛି । ୟୁକେ (ୟୁନାଇଟେଡ୍‌ କିଙ୍ଗଡମ୍‌)ର ଏକ ଆପାର୍ଟମେଣ୍ଟରୁ ସୁବାଂସୋଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଛାନ୍‌ଭିନ୍ ଜାରି ରଖିଛି ।

ମୃତଦେହ ମିଳିଥିବା ଯୁବକ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ । ପୂର୍ବତନ ମୁଖ୍ୟମନ୍ତ୍ରୀ କାଲିଖୋ ପୁଳଙ୍କ ପୁତ୍ର ୟୁନାଇଟେଡ୍‌ କିଙ୍ଗଡମ୍‌ରେ ରହୁଥିବା ନିଜ ବାସଭବନରୁ ମୃତଦେହ ଉଦ୍ଧାର ହୋଇଛି। ନିଜେ ରହୁଥିବା ଆପର୍ଟମେଣ୍ଟରେ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି ।  

ସୂଚନାଯୋଗ୍ୟ ଯେ, ଗତ ୬ମାସ ତଳେ ସସେକ୍ସ ବିଶ୍ବବିଦ୍ୟାଳୟରେ ସୁବାଂସୋ ଆଡମିଶନ ନେଇଥିଲେ । କିନ୍ତୁ ଆଡମିଶନ ନେବାର କିଛି ଦିନ ପରେ ତାଙ୍କ ମୃତଦେହ  ମିଳିଛି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ଭାରତରେ ରହୁଥିବା ନିଜ ମାଆଙ୍କ ସହିତ ଫୋନ୍‌ ଯୋଗେ କଥା ହୋଇଥିଲେ । ସୁବାଂସୋଙ୍କ ବଡ ଭାଇ ନୂଆଦିଲ୍ଲରେ ଅଛନ୍ତି । ସେ ୟୁନାଇଟେଡ୍‌ କିଙ୍ଗଡମ୍‌ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ସହିତ ଯୋଗଯୋଗ କରିଛନ୍ତି । ସୁବାଂସୋଙ୍କ ମୃତଦେହ କିପରି ଭାରତ ତୁରନ୍ତ ଫେରିବ , ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ସୂଚନା ମିଳିଛି ।

ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କାଲିଖୋ ପୁଲ୍ ୯ଅଗଷ୍ଟ ୨୦୧୬ରେ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ । ବାସଭବନର ଏକ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଥିଲା । କାଲିଖୋଙ୍କ ମୃତଦେହ ନିକଟରୁ ୬୦ପୃଷ୍ଠା ସମ୍ବଳିତ ଦସ୍ତାବିଜ ମିଳିଥିଲା । ତେବେ ମୃତଦେହ ନିକଟରୁ ମିଳିଥିବା କାଗଜରେ ଲେଖାଥିଲେ ଯେ, ନ୍ୟାୟପାଳିକ ଓ ରାଜନୀତିରେ ବରିଷ୍ଠ ଅଧିକାରୀମାନେ ଭ୍ରଷ୍ଟ କାର୍ଯ୍ୟରେ ଲିପ୍ତ ଥିବା ଲେଖାଯାଇଥିଲା । ମୃତ୍ୟୁର ୨ମାସ ପରେ ଫରେନସିକ ରିପୋର୍ଟ ଆସିଥିଲା । ରିପୋର୍ଟରେ କୌଣସି ବେଇମାନୀ ହୋଇନଥିବାର କୁହାଯାଇଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ଛଅ ମାସ ପରେ ଅରୁଣାଚଳ ପ୍ରଦେଶ କେନ୍ଦ୍ରସରକାରଙ୍କୁ ଏକ ଆବେଦନ କରିଥିଲା । ଆବେଦନରେ କୌଣସି ବି ଏଜେନ୍ସି ଦ୍ବାରା ଯା଼ଞ୍ଚ କରାଯିବା ଭଳି କାଗଜପତ୍ର ପ୍ରଦାନ କରିଥିଲେ । ସ୍ବାମୀଙ୍କ ଆତ୍ମହତ୍ୟା ପରେ, ତାଙ୍କ ପତ୍ନୀ ବାରମ୍ବାର ସମସ୍ତ ଘଟଣାର ସିବିଆଇ ଦ୍ବାରା ଯାଞ୍ଚ କରିବାକୁ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.