ଘରେ ପୁଅକୁ ହତ୍ୟା କରି କୁଣିଆଘର ଚାଲିଗଲା ଅବସରପ୍ରାପ୍ତ ଜବାନ, ପଡୋସୀ ପୋଲିସକୁ ସୂଚନା ଦେବା ପରେ ଜାଣନ୍ତୁ କ’ଣ ହେଲା

Published By : Prameya-News7 Bureau | August 03, 2019 IST

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତାଙ୍କ ୨୦ ବର୍ଷର ଭେଣ୍ଡା ପୁଅକୁ ପିଟିପଟି ହତ୍ୟା କରିବା ପରେ ଘରେ ଶବକୁ ଛାଡି କୁଣିଆଘର ପଳେଇଛନ୍ତି। ପଡୋସୀଙ୍କ ସନ୍ଦେହ ହେବାରୁ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘରର କବାଟ ଖୋଲି ମୃତ ଯୁବକଙ୍କ ଶବ ଜବତ କରିଥିବା ବେଳେ ଏବେ ଫେରାର ପିତାର ତଲାସ କରୁଛି । ମାଧୋନଗର କୋତୱାଲୀ ଥାନା ଅଞ୍ଚଳର ଏହି ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":140562}

ସେବା ନିବୃତ୍ତ ସେନା କର୍ମଚାରୀ ଗନପତ ସିଂହ ମାଧୋନଗରରେ ତାଙ୍କ ପୁଅମାନଙ୍କ ସହ ରହୁଥିଲେ। ଗନପତଙ୍କ ୩ ପୁଅଙ୍କ ମଧ୍ୟରେ ଅନିଶ ଓରଫ ବିକାଶ ଜନ୍ମରୁ ମାନସିକ ଅନଗ୍ରସର। ୨ ବର୍ଷ ତଳେ ଗନପତ ପତ୍ନୀଙ୍କୁ ହରାଇଥିବା ବେଳେ କୌଣସି କାରଣରୁ ରାତିରେ ପୁଅ ଅନିଶକୁ ମରାପିଟା କରିଥିଲେ। ଏଥିରେ ଅନିଶର ମୃତ୍ୟୁ ହୋଇଥିଲା। ତେବେ ଗନପତ ପୁଅ କଥା ଚିନ୍ତା ନକରି ସକାଳୁ ଉଠି ଦୁଆରେ ତାଲା ଲଗାଇ କୌଣସି ସମ୍ପର୍କିୟଙ୍କ ଘରକୁ ଚାଲିଯାଇଥିଲେ।

{"id":140563,"width":575,"height":272}

ତେବେ ସକାଳେ ପଡୋସୀଙ୍କର ସନ୍ଦେହ ହେବାରୁ କୌତୱାଲୀ ପୋଲିସକୁ ସୂଚନା ଦେବାରୁ ପୋଲିସ ପହଞ୍ଚି ବନ୍ଦ ଘରୁ ଅନିଶଙ୍କ ଶବ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇ ମମଲାର ତଦନ୍ତ ଜାରି ରଖିଛି। ତେବେ ଜବାନ ଫେରାର ହୋଇଯାଇଥିବାରୁ ଘଟଣା ନେଇ ବିସ୍ତୃତ ସୂଚନା ମିଳିପାରି ନାହିଁ। ଗନପତଙ୍କ ଗିରଫ ପରେ ଅନିଶ ହତ୍ୟା ଉପରୁ ପର୍ଦା ହଟିବ ବୋଲି ପୋଲିସ ଆଶାବ୍ୟକ୍ତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.