ଜେଲ ଗଲେ କୋଟିପତି ସରକାରୀ ବାବୁ

Published By : Prameya-News7 Bureau | September 04, 2020 IST

ଢେଙ୍କାନାଳ ୦୪।୦୯ : ଜେଲ୍‌ ଗଲେ ଏଆରସିଏସ ବିଦ୍ୟାଧର ବେହେରା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଥିବା ଢେଙ୍କାନାଳ ସବ ଆସିଷ୍ଟାଣ୍ଡ ରେଜିଷ୍ଟାର ଅଫ କୋ-ଅପରେଟିଭ୍‌ ସୋସାଇଟି ତଥା ଏଆରସିଏସ ବିଦ୍ୟାଧର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଭିଜିଲାନ୍ସ ପକ୍ଷରୁ ୪ଟି ଟିମ ଏକ କାଳୀନ ଚାରୋଟି ଜାଗାରେ ଚଢ଼ାଉ କରାଯାଇଥିଲା । ତେବେ ଚଢ଼ାଉରେ ଭୁବନେଶ୍ୱରର ପଟିଆରେ ଥିବା ତିନି ମହଲା ବିଶାଳ କୋଠା ଘର , ଆର୍ଥିକ ରେସିଡେନ୍ସିରେ ଏକ ଫ୍ଲାଟ, ତାଙ୍କ ପୈତୃକ ଘର ଭଦ୍ରକ ଭଣ୍ଡାରିପୋଖରୀର କୁମ୍ଭାରୀଆ ଗ୍ରାମରେ ଘର ଓ ଢେଙ୍କାନା ଳ ଅଫିସ ଆଦିରେ ଏହି ଚଢ଼ାଉ କରିଥିଲା ଭିଜିଲାନ୍ସ ।

ଚଢ଼ାଉରେ ସୁନାଗହଣା, ବ୍ୟାଙ୍କ ଜମା, ଘର,ଜୀବନବିମା ବଣ୍ଡ  ଓ ଗାଡି ଆଦି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଥିଲା । ଏପରିକି କୋଟିଏ ୮୦ଲକ୍ଷ ଟଙ୍କାର ସମ୍ପତ୍ତି ମଧ୍ୟ ଭିଜିଲାନ୍ସ ହାତରେ ଲାଗିଥିଲା । ଯାହାଫଳରେ ବିଦ୍ୟାଧର ବେହେରାଙ୍କୁ ଗିରଫ ପରେ ଢେଙ୍କାନାଳ ଭିଜିଲାନ୍ସ କୋର୍ଟକୁ ହାଜର କରାଯାଇଥିଲା । କିନ୍ତୁ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.