Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ

5/09/2020 at 8:55 PM

ଦଣ୍ଡ ମଲକାପୁର ୫।୯: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାୟଡ଼ୁ ଶନିବାର ଏକ ବଡ଼ ଧରଣର ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି। ତାଙ୍କ ଏସ୍କର୍ଟ କାର ଅଚାନକ ବ୍ରେକ୍‌ କଷିବା ଯୋଗୁ ପଛରେ ଥିବା କାରଟି ତାକୁ ସିଧା ଧକ୍କା ଦେଇଥିଲା।  ତେବେ ତୃତୀୟ କାରରେ ଚନ୍ଦ୍ରବାବୁ ଥିଲେ। ଏଣୁ ଡ୍ରାଇଭରଙ୍କ ଚତୁରତା ଯୋଗୁ କାର ଓ ଚନ୍ଦ୍ରବାବୁ ଏକ ନିଶ୍ଚିତ ଦୁର୍ଘଟଣାକୁ ଟାଳିଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ରାଜଧାନୀ ଅମରାବତୀରୁ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନକୁ ଫେରୁଥିଲେ। ତାଙ୍କ କାରକେଡ୍ ଜାତୀୟ ରାଜମାର୍ଗରେ ଆଗେଇ ଯାଉଥିବା ବେଳେ ତେଲେଙ୍ଗାନା ୟେଦାଦ୍ରୀ ଭୁବନଗିରି ଜିଲ୍ଲା ଦଣ୍ଡ ମଲକାପୁର ନିକଟରେ ଅଚାନକ ଏସ୍କର୍ଟ ଗାଡି ଆଗକୁ କୌଣସି ବାହନ ଆସିଯାଇଥିଲା।  ଫଳରେ ଚାଳକ ଅଚାନକ ବ୍ରେକ୍‌ ଲଗାଇଥିଲେ।

ଏସ୍କର୍ଟ ଗାଡିକୁ ପଛରେ ଥିବା ଗାଡିଟି ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡିର ଚାଳକ ଓ ବସିଥିବା ସୁରକ୍ଷା କର୍ମୀମାନେ ଅଳ୍ପ ବହୁତେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଅନ୍ୟ ଏକ ଗାଡିରେ ହସ୍ପିଟାଲ ପଠାଇ ଚନ୍ଦ୍ରବାବୁ ନିଜ ଗାଡିରେ ଏକାକୀ ଘରକୁ ଫେରିଛନ୍ତି। ତେବେ ଏହା ଏକ ଅପ୍ରତ୍ୟାସୀତ ଘଟଣା ଥିଲା ବୋଲି କହିଛନ୍ତି ଚନ୍ଦ୍ରବାବୁ ।

   Related Posts