ଟିମ୍ ଇଣ୍ଡିଆ ହେଡ କୋଚ୍ ପଦବୀ ନିମନ୍ତେ ଆବେଦକ ହେଲେ ଏହି ଦିଗ୍ଗଜ ଅଲରାଉଣ୍ଡର, ପୂର୍ବରୁ ଥିଲେ ଭାରତୀୟ ଟିମର ଫିଲ୍ଡିଂ କୋଚ୍

Published By : Prameya-News7 Bureau | July 27, 2019 IST

ଭାରତୀୟ କ୍ରିକେଟ ଟିମର ୱେଷ୍ଟଇଣ୍ଡିଜ୍ ଟୁର ସହିତ ହେଡ କୋଚ୍ ଥିବା ବରିଷ୍ଠ କ୍ରିକେଟର ରବି ଶାସ୍ତ୍ରୀଙ୍କ କଣ୍ଟ୍ରାକ୍ଟ ଶେଷ ହେବ। ଏଣୁ ବିସିସିଆଇ ହେଡ କୋଚ୍ ସମେତ ଅନ୍ୟ ଷ୍ଟାଫ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିପାଇଁ ଦେଶ ତଥା ବିଦେଶରୁ ଜଣକୁ ବଳି ଜଣେ ଦିଗ୍ଗଜ କ୍ରିକେଟର ଆବେଦନ କରିଥିବା ବେଳେ ଏବେ ପୂର୍ବତନ ଅଲରାଉଣ୍ଡର ରବିନ ସିଂହ ମଧ୍ୟ ହେଡକୋଚ୍ ପଦବୀ ନିମନ୍ତେ ପ୍ରାର୍ଥୀ ହୋଇଥିବା ଜଣାପଡିଛି।

{"id":138006}

ରବିନ ପୂର୍ବରୁ ୨୦୦୭ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଟିମର ଫିଲ୍ଡିଂ କୋଚ୍ ଥିଲେ। ଏହି ସମୟରେ ଟିମ୍ ଇଣ୍ଡିଆ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ସହ ଟି-୨୦ ୱାର୍ଲଡ କପର ପ୍ରଥମ ସଂସ୍କରଣର ଟ୍ରଫି ଜିତିଥିଲା। କେବଳ ସେତିକି ନୁହେଁ ଅଷ୍ଟ୍ରେଲିଆରେ ମଧ୍ୟ ଟିମ୍ ଇଣ୍ଡିଆ ତ୍ରିକୋଣୀୟ ଶୃଙ୍ଖଳା ଜିତିବା ଦେଶକୁ ଗର୍ବିତ କରିଥିଲା। ରବିନ ସିଂହ ଗତ ୧୫ ବର୍ଷ ହେଲା ଟିମ୍ ଇଣ୍ଡିଆ ସମେତ ବିଭିନ୍ନ କ୍ରିକେଟ୍ ଟିମ୍ କୁ କୋଚିଂ ଦେଇ ଆସୁଛନ୍ତି। ଏଣୁ ହେଡ କୋଚ୍ ପଦବୀ ନିମନ୍ତେ ବିସିସିଆଇଙ୍କୁ ଆବେଦନ କରିଥିବା ଜଣାପଡିଛି।

{"id":138007,"width":576,"height":432}

ଏକ ସମ୍ବାତପତ୍ର ସହ ସାକ୍ଷାତକାରରେ ରବିନ ସିଂ ବର୍ତ୍ତମାନର ହେଡ କୋଚ୍ ଙ୍କ ସମୟରେ ଟିମ୍ ଇଣ୍ଡିଆ ଲାଗ ଲାଗ ୱାର୍ଲଡ କପ୍ ର ୨ଟି ସେମିଫାଇନାଲ ହାରିଛି। କେବଳ ସେତିକି ନୁହେଁ ୱାର୍ଲଡ ଟି-୨୦ ଚାମ୍ପିୟନସିପ୍ ମଧ୍ୟ ହରାଇଛି। ଏଣୁ ଟିମ୍ କୁ ଆଗାମୀ ୨୦୨୩ ବିଶ୍ୱ କପ୍ ପାଇଁ ପ୍ରସ୍ତୁତ କରିବା ଏବେ ଜରୁରି ହୋଇପଡିଛି। ଏଣୁ ସେ ହେଡକୋଚ୍ ପଦବୀ ନିମନ୍ତେ ଆବେଦନ କରିଥିବା କହିଛନ୍ତି। ତେବେ କୋଚିଂରେ ରବିନ ସିଂହଙ୍କ ବେଶ ଅଭିଜ୍ଞତା ରହିଛି। ସେ ଅଣ୍ଡର ୧୯ ଟିମର କୋଚ୍ ଥିବା ବେଳେ ଆଇପିଏଲର ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସର ଆସିଷ୍ଟାଣ୍ଟ କୋଚ୍ ମଧ୍ୟ ଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.