Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

୪ ବର୍ଷ ପରେ ଜେଲ୍ରୁ ମୁକୁଳିଲେ ଶଶୀକଳା, ଦୁର୍ନୀତି ଅଭିଯୋଗରେ ହୋଇଥିଲେ ଗିରଫ

27/01/2021 at 3:31 PM

ଚେନ୍ନାଇ ୨୭।୧: ଏଆଇଏଡିଏମକେର ପୂର୍ବତନ ନେତା ଭିକେ ଶଶୀକଳା ଜେଲ୍ ରୁ ମୁକୁଳିଲେ । ଦୁର୍ନୀତି ଅଭିଯୋଗରେ ୪ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ବୁଧବାର ଦିନ ଜେଲ୍ କୁ ମୁକୁଳିଛନ୍ତି । ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସହଯୋଗୀ ରହିଥିବା ଶଶୀକଳା ଗତ ୪ ବର୍ଷ ଧରି ବେଙ୍ଗାଲୁରୁର ପରପନ୍ନା ଜେଲ୍ ରେ ରହିଥିଲେ ।

କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି । ଜେଲ୍ ର ଜଣେ କର୍ମଚାରୀ ନ୍ୟୁଜ୍ ଏଜେନ୍ସୀ ପିଟିଆଇକୁ କହିଛି ଯେ, ଶଶୀକଳାଙ୍କୁ ଆଜି ଜେଲ୍ ରୁ ମୁକୁଳିଛନ୍ତି । ସମସ୍ତ ପ୍ରକ୍ରିୟା ହସ୍ପିଟାଲରେ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଶଶୀକଳା ଜାନୁଆରୀ ୨୦ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପ୍ରଥମେ ତାଙ୍କୁ ବେଙ୍ଗାଲୁରୁର ବୋରିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ଭିକ୍ଟୋରିଆ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ତାଙ୍କର କୋଭିଡ୍ ୧୯ ଲକ୍ଷଣ ଲକ୍ଷଣ ଥିବାରୁ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ୍ ଆସିଥିଲା । କୋଭିଡ୍ ଆଶଙ୍କାରେ ଗତ ସପ୍ତାହ ଗୁରୁବାର ଦିନ ପୁଣି ଥରେ କରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା ।

ଶଶୀକଳାଙ୍କୁ ୨୦୧୭ରେ ୬୬ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୪ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା । ତାଙ୍କ ସଂପର୍କୀୟ ଜେ ଇଲାବାରସୀ ଏବଂ ଜେ ଜୟଲଳିତାଙ୍କ ପାଳିତ ପୁଅ ବିଏନ୍ ସୁଧାକରଣଙ୍କୁ ମଧ୍ୟ ଏହି ମାମଲାରେ ଦଣ୍ଡ ଶୁଣାଇଥିଲେ କୋର୍ଟ ।

   Related Posts