ବଲାଙ୍ଗିରର ବିଭିନ୍ନ ବୁଥ୍ ରେ ଇଭିଏମ୍ ଟାମ୍ପରିଂ ଅଭିଯୋଗ

Published By : Prameya-News7 Bureau | April 18, 2019 IST

ବଲାଙ୍ଗିର ୧୮|୪: ବଲାଙ୍ଗିରର ବିଭିନ୍ନ ବ୍ଲକ୍ ରେ ଇଭିଏମ୍ ଟାମ୍ପରିଂ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଗୋଟିଏ ଚିହ୍ନରେ ଭୋଟ୍ ଦେଲେ ଅନ୍ୟ ଚିହ୍ନ ଦେଖାଉଛି ।

ଏହାସହ ବିଭିନ୍ନ ସ୍ଥାନରେ ଇଭିଏମ୍ ମେସିନରେ ତ୍ରୁଟି ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଇଭିଏମ୍ ମେସିନ ଅଚଳ ହୋଇଥିବା ଦେଖିବାକୁ ମିଳିଛି । ବଲାଙ୍ଗିରରେ ଭୋଟିଂ ଆରମ୍ଭରୁ ଇଭିଏମ୍ ଅଚଳ ହୋଇଯାଇଛି । ଲାଠୋର ଚାଉଳବାଞ୍ଜିର ବୁଥ୍ ନଂ୨୬ରେ ଅଚଳ ହୋଇଛି । ଖପ୍ରାଖୋଲରେ ମଧ୍ୟ ଇଭିଏମ୍ କାମ କରୁନଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲାରେ ସକାଳ ୯ଟା ସୁଦ୍ଧା ୬ପ୍ରତିଶତ ମତଦାନ ହୋଇଛି ।

ବଲାଙ୍ଗିର ଲୁଇସିଂହା ନିର୍ବାଚନ ମଣ୍ଡଳୀର ଭଏଁଷାପାଲି, ପବଜା, କେନକେରାରେ ଭୋଟ୍ ବର୍ଜନ କରିଛନ୍ତି ଲୋକେ । ବିଭିନ୍ନ ସମସ୍ୟା ନେଇ ଭୋଟ୍ ବର୍ଜନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.