Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିମୁଳିଆ ନିର୍ବାଚନମଣ୍ଡଳୀର ୧୨୦, ୧୧୯, ୧୦୯, ୧୧୦ ନମ୍ବର ବୁଥରେ ଇଭିଏମ ଅଚଳ: ଭୋଟର ଅସନ୍ତୋଷ

29/04/2019 at 8:22 AM

ସୋର ୨୯/୪ : ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି | ଓଡିଶାରେ ମଧ୍ୟ ଆଜି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି | ଓଡିଶା ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ | ସକାଳ ୭ଟା ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି | ଭୋଟର ସକାଳ ୭ଟାରୁ ପୁଲିଂ ବୁଥରେ ଲାଇନ କରି ଛିଡା ହୋଇଛନ୍ତି | ସୋରର ବିଭିନ୍ନ ପୁଲିଂ ବୁଥରେ ଇଭିଏମ ମେସିନ ଅଚଳ ହୋଇପଡିଛି |


ସୋର ନିର୍ବାଚନ ମଣ୍ଡଳୀର ୩୭ନଂ ଏମଏଲଏ ବୁଥରେ ଇଭିଏମ ଅଚଳ ହୋଇପଡିଛି | ସିମୁଳିଆ ନିର୍ବାଚନ ମଣ୍ଡଳୀର ୧୨୦ ଏମପି ବୁଥ, ୧୧୯ନଂ ଏମଏଲ ବୁଥ୍, ୧୦୯, ୧୧୦ ଏମଏଏଲ ବୁଥରେ ଇଭିଏମ ମେସିନ ଅଚଳହୋଇପଡିଛି | ଇଭିଏମ ମେସିନ ଅଚଳ ହୋଇଯିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି |

   Related Posts