ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ, ମତଦାନରେ ହେଉଛି ବିଳମ୍ବ

Published By : Prameya-News7 Bureau | April 11, 2019 IST

ମାଲକାନଗିରି ୧୧|୪: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ନିଜର ମତ ସାବ୍ୟସ୍ତ କରୁଛନ୍ତି ଭୋଟର । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଭଳି ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମତଦାନ ହେଉଛି । ଏଥିପାଇଁ ବୁଥ୍ ରେ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମାଓ ପ୍ରବଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ହୋଇଥିବା ଦେଖିବାକୁ ମିଳିଛି । ଇଭିଏମ୍ ଅଚଳ ଯୋଗୁଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇପାରିନାହିଁ । ମାଲକାନଗିରି ନିର୍ବାଚନମଣ୍ଡଳୀରେ କାମ କରୁନି ୩ଟି ଇଭିଏମ୍‌ । ବୁଥ୍‌ ନଂ- ୬୧, ୬୫, ୭୦ ରେ ଇଭିଏମ୍ କାମ କରୁନି । ଫଳରେ ଏଯାଏଁ ଆରମ୍ଭ ହୋଇପାରିନି ଭୋଟିଂ ।

ସେହିପରି ଚିତ୍ରକୋଣ୍ଡାରେ ମଧ୍ୟ କାମ କରୁନି ଇଭିଏମ୍‌ । ଫଳରେ ଲୋକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ କାମ କରୁନି ଇଭିଏମ୍ । ବୁଥ୍ ନଂ- ୨୧୧, ୨୧୩ରେ ଇଭିଏମ୍‌ କାମ କରୁନି । ଏମ୍‌ଭି-୩୭ ଗାଁରେ ଥିବା ବୁଥ୍‌ରେ ମଧ୍ୟ କାମ କରୁନି ଇଭିଏମ୍‌ ।

ବ୍ରହ୍ମପୁରରେ ମଧ୍ୟ କାମ କରୁନି ଇଭିଏମ୍‌ । ବିଜିପୁଟ କାଳୁଆ ସ୍କୁଲରେ ବୁଥ୍ ନଂ- ୧୨୧ରେ କାମ କରୁନି ଇଭିଏମ୍‌ । ଇଭିଏମ୍ କାମ କରୁନଥିବାରୁ ଆରମ୍ଭ ହୋଇନି ଭୋଟ୍ ଗ୍ରହଣ ।

ଜୟପୁରର ମଧ୍ୟ ବିଭିନ୍ନ ବୁଥ୍‌ରେ କାମ କରୁନି ଇଭିଏମ୍‌ । ବୁଥ୍ ନଂ-୧୫୦ରେ କାମ କରୁନି ଇଭିଏମ୍‌ । ଏଯାଏଁ ଆରମ୍ଭ ହୋଇପାରୁନି ଭୋଟ୍ ଗ୍ରହଣ ।

ଗଜପତିରେ କାମ କରୁନି ଇଭିଏମ୍‌ ମେସିନ୍ । ପାରଳାଖେମୁଣ୍ଡି ଗୋଷାଣୀ ବ୍ଲକ୍ ଯାଜପୁର ଗାଁରେ ରହିଛି ବୁଥ୍ । ବୁଥ୍ ନଂ-୧୯୧ରେ ଇଭିଏମ୍‌ ମେସିନ୍ କାମ କରୁନି । ସାଂସଦ ପ୍ରାର୍ଥୀଙ୍କ ପାଇଁ ଥିବା ଇଭିଏମ୍‌ ମେସିନ ବନ୍ଦ ।

କୋରାପୁଟ ଲକ୍ଷ୍ମୀପୁର ବ୍ଲକ୍ ୫୧ନମ୍ବର ବୁଥରେ ବିଧନାସଭା ପାଇଁ ଅଣାଯାଇଥିବା ଇଭିଏମ୍ ଖରାପ ହୋଇଛି । ଭୋଟ୍ ପ୍ରକ୍ରିୟା ଘଣ୍ଟାଏ ହେଲା ବନ୍ଦ ରହିଛି । କିଛି ଭୋଟର୍ ଲୋକ ସଭାପାଇଁ ଭୋଟ୍ ଦେବା ପରେ ବିଧାନସଭା ପାଇଁ ଭୋଟ୍ ଦେବା ସମୟରେ ଖରାପ ଥିବା ଜଣା ପଡିଥିଲା ।

ରାୟଗଡା ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୭୬ ନଂ ବୁଥ୍‌ରେ ଇଭିଏମ୍ ଅଚଳ ହେବା ଫଳରେ ବନ୍ଦ ରହିଛି ଭୋଟ୍ ଗ୍ରହଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.