Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉଦଳା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥରେ ଇଭିଏମ ମେସିନ ଅଚଳ : ଭୋଟର ଅସନ୍ତୋଷ

29/04/2019 at 8:12 AM

ଉଦଳା ୨୯/୪ : ଆଜି ଉଦଳାରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ଉଦଳା ନିର୍ବ।ଚନମଣ୍ଡଳୀରେ ସମୁଦାୟ ଏକ ଲକ୍ଷ ୯୨ ହଜାର ୫୪୧ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ମୟୁରଭଞ୍ଜ ଜିଲ୍ଲା ଉଦଳା ନିର୍ବ।ଚନମଣ୍ଡଳୀରେ ଥିବା ୨୪୨ଟି ବୁଥରେ ଆଜି ମତଦାନ ଚାଲିଛି । ଉଦଳା ନିର୍ବାଚନମଣ୍ଡଳୀର ୨୪ ନମ୍ବର, ୬୦ ନମ୍ବର, ୫୫ ନମ୍ବର ଏବଂ ୧୮୧ ନମ୍ବର ବୁଥରେ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି | ମାଟାସନ ସକାଳ ୭ଟା ରୁ ଆରମ୍ଭ ହୋଇଛି | କିନ୍ତୁ ଇଭିଏମ ମେସିନରେ ତ୍ରୁଟି ଯୋଗୁଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ | ଯାହାଫଳରେ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି |

   Related Posts