ଦ୍ବିତୀୟ ପର୍ଯ୍ୟାୟ ମତଦାନ : ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ, ମତଦାନରେ ବିଳମ୍ବ

Published By : Prameya-News7 Bureau | April 18, 2019 IST

ଭୁବନେଶ୍ବର ୧୮|୪:  ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଓଡିଶାର ୯,୧୧୭ଟି ବୁଥ୍‌ରେ ଉଭୟ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି।

କିନ୍ତୁ କେତେକ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଥିବାରୁ ମତଦାନରେ ବିଳମ୍ବ ଦେଖାଦେଇଛି। ଯାହାକୁ ନେଇ ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ବଲାଙ୍ଗିରରେ ଭୋଟିଂ ଆରମ୍ଭରୁ ଇଭିଏମ୍ ଅଚଳ ହୋଇଯାଇଛି । ଲାଠୋର ଚାଉଳବାଞ୍ଜିର ବୁଥ୍ ନଂ୨୬ରେ ଅଚଳ ହୋଇଛି । ଖପ୍ରାଖୋଲରେ ମଧ୍ୟ ଇଭିଏମ୍ କାମ କରୁନଥିବା ସୂଚନା ମିଳିଛି ।

କନ୍ଧମାଳ ଜିଲ୍ଲା ଫୁଲବାଣୀର ବୁଥ୍‌ ନମ୍ବର ୧୧୩ ଓ ୧୦୧ରେ ଇଭିଏମ୍‌ କାମ କରୁ ନ ଥିବା ଖବର ମିଳିଛି।

ସୁନ୍ଦରଗଡ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀ ଟେନ୍‌ସା ବୁଥ୍ ନଂ ୨୨୫ରେ ଇଭିଏମ୍ ଅଚଳ ହୋଇଯାଇଛି । ସୁନ୍ଦରଗଡ ସାଂସଦ ପ୍ରାର୍ଥୀଙ୍କ ପାଇଁ ଥିବା ଇଭିଏମ୍ କାମ କରୁନଥିବା ଅଭିଯୋଗ ହୋଇଛି ।

ଇଭିଏମ୍ ମେସିନ୍ ଅଚଳ ହେବା ଯୋଗୁଣ ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମାତ୍ର ଭୋଟରମାନେ ଭୋଟ୍ ଦାନ କେନ୍ଦ୍ରରେ ଧର୍ଯ୍ୟର ସହ ଭୋଟ୍ ଦେବା ପାଇଁ ଅପେକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.