ତୃତୀୟ ପର୍ଯ୍ୟାୟ ନିର୍ବାଚନ : ବିଭିନ୍ନ ବୁଥ୍‌ରେ ଇଭିଏମ୍ ଅଚଳ, ମତଦାନରେ ବିଳମ୍ବ

Published By : Prameya-News7 Bureau | April 23, 2019 IST

ଭୁବନେଶ୍ବର ୨୩|୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ ଜାରି ରହିଛି । ଏଥିସହ ୪୨ ବିଧାନସଭା ଆସନରେ ବି ଭୋଟ୍ ଗ୍ରହଣ ।

ବିଭିନ୍ନ ବୁଥ୍ ରେ ଇଭିଏମ୍ ଅଚଳ ଯୋଗୁଁ ମତଦାନରେ ବିଳମ୍ବ ହୋଇଛି । ପାଟଣା ନିର୍ବାଚନ ମଣ୍ଡଳୀ ବୁଥ୍ ନଂ-୫୭ରେ ଇଭିଏମ୍ ଅଚଳ । ବୁଥ୍ ନଂ ୧୦୮ରେ ମଧ୍ୟ ଇଭିଏମ୍ ରେ ତ୍ରୁଟି ଦେଖାଯାଇଛି । ଭୋଟ୍ ଦେବାକୁ ଛିଡା ହୋଇଛନ୍ତି ଲୋକ । ବୁଥ୍ ନଂ-୯୭ରେ ଇଭିଏମରେ ତ୍ରୁଟି, ମତଦାନ ବିଳମ୍ବ ।

ବାରବାଟୀ-କଟକ ବୁଥ୍ ନଂ-୧୭୧ରେ କାମ କରୁନି ଇଭିଏମ୍ । ଆଦର୍ଶ ବୁଥ୍ ନଂ-୧୭୮ରେ ମଧ୍ୟ କାମ କରୁନି ଇଭିଏମ୍ । କେନ୍ଦୁଝର ସଦର ବୁଥ୍ ନଂ ୨୫୫ରେ ଇଭିଏମ୍ ତ୍ରୁଟି । ବୁଥ୍ ନଂ ୨୪୩, ୨୪୧ ଓ ୨୨୧ରେ ଇଭିଏମରେ ତ୍ରୁଟି । କାମ କରୁନି ଲୋକସଭା ପ୍ରାର୍ଥୀଙ୍କ ପାଇଁ ଥିବା ଇଭିଏମ୍ । ବୁଥ୍ ନଂ-୨୧୨ ଓ ୨୧୩ରେ ଇଭିଏମ୍ ରେ ତ୍ରୁଟି ରହିଛି ।

ଆନନ୍ଦପୁର ନିର୍ବାଚନମଣ୍ଡଳୀ ବୁଥ୍ ନଂ-୯୦ରେ ଇଭିଏମ୍ ଅଚଳ ଅଛି । ଘଷିପୁରା ନିର୍ବାଚନ ମଣ୍ଡଳୀ ବୁଥ୍ ନଂ ୨୮୧ରେ ଇଭିଏମ୍ ଅଚଳ ହୋଇଛି । ଜଟଣୀ ନିର୍ବାଚନ ମଣ୍ଡଳୀ ବୁଥ୍ ନଂ ୨୨୨ରେ ଇଭିଏମ୍ ଅଚଳ ହୋଇଛି । ବୁଥ୍ ନଂ ୨୨୩ ଓ ୨୨୪ରେ ଇଭିଏମ୍ ରେ ତ୍ରୁଟି ଥିବା ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.