Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ପଶ୍ଚିମବଙ୍ଗ ନିର୍ବାଚନ : ଟିଏମସି ନେତାଙ୍କ ଘର ପାଖରୁ ମିଳିଲା ଇଭିଏମ, ସସପେଣ୍ଡ ହେଲେ ଅଫିସର

6/04/2021 at 9:18 AM

କୋଲକାତା,୦୬/୦୪:  ପଶ୍ଚିମବଙ୍ଗରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ରାଜ୍ୟରେ ମୋଟ୍ ୩୧ଟି ଆସନରେ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଭୋଟଦାନ ଆରମ୍ଭ ହେବା ପୂର୍ବରୁ ବିଜେପି ଓ ଟିଏମସି ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ବିଜେପି ମତଦାନ କେନ୍ଦ୍ରର ଭୋଟରଙ୍କୁ ପ୍ରଲୋଭିତ କରୁଥିବା ନେଇ ଟିଏମସି ଅଭିଯୋଗ କରିଛି । ସେହିପରି ଟିଏମସି ନେତାଙ୍କ ଘର ବାହାରୁ ଇଭିଏମ ମିଳିଥିବା ବିଜେପି ଅଭିଯୋଗ ଆଣିଛି ।

ଉତ୍ତର ଉଲବେରିଆରୁ ବିଜେପି ପ୍ରାର୍ଥୀ ଚିରନ ବେରା ଅଭିଯୋଗ କରିଛନ୍ତି ଯେ, ମତଦାନ ପୂର୍ବ ରାତିରେ ଟିଏମସି ନେତା ଗୌତମ ଘୋଷଙ୍କ ଘର ବାହାରେ ଇଭିଏମ ଓ ଭଭିପ୍ୟାଡ୍ ମେସିନ ମିଳିଛି । ଟିଏମସି ନିର୍ବାଚନରେ ଅନିୟମିତତା କରୁଛି । ଇଭିଏମ ମିଳିବା ପରେ ବିଳମ୍ବିତ ରାତରରେ ଉଭୟ ଦଳର କର୍ନୀ ମୁହାଁମୁହିଁ ହୋଇଥିଲେ । ଫଳରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ।

ଏହି ଘଟଣା ପରେ ନିର୍ବାଚନ କମିଶନ ଆକ୍ସନ ମୋଡକୁ ଆସିଛନ୍ତି । ଏଠାରେ ଜଣେ ଜୋନାଲ ଅଫିସରଙ୍କୁ ସସପେଣ୍ଡ କରାଯାଇଛି । ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏହା ଏକ ରିଜର୍ଭ ଇଭିଏମ ଅଟେ । ଯାହା ଭୋଟିଂରେ ବ୍ୟବହାର ହେଉନଥିଲା । ଜୋନାଲ ଅଫିସର ତପନ ସରକାର ଇଭିଏମ ଧରି ନିଜ ସମ୍ପର୍କୀୟଙ୍କ ଘରକୁ ଶୋଇବାକୁ ଯାଇଥିଲେ । ଯାହା ନିୟମର ଉଲଙ୍ଘନ ଅଟେ ।  

   Related Posts