ବିଜେପି ପ୍ରାର୍ଥୀଙ୍କ ଗାଡିରେ ଇଭିଏମ ! ଭିଡିଓ ସେୟାର କରି ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା ଗାନ୍ଧୀ
2/04/2021 at 12:02 PM

ନୂଆଦିଲ୍ଲୀ ୦୨/୦୪ : ଗୁରୁବାର ଦିନ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମ୍ପନ୍ନ ହେବାର କିଛି ଘଣ୍ଟା ପରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ପଥରକଣ୍ଡିର ବିଜେପି ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲଙ୍କ କାରରେ ଇଲେକ୍ଟ୍ରୋନିକ୍ସ ଭିତିଙ୍ଗ ମେସିନ (ଇଭିଏମ) ନଜର ଆସିଥିଲା। ଆସାମର ସାମ୍ବାଦିକ ଅତନୁ ଭୂୟାଁ ଏହି ଭିଡିଓ ଟ୍ୱିଟ କରିଛନ୍ତି। ସେ ଦାବି କରିଛନ୍ତି ଯେ ଘଟଣା ପରେ ପଥରକଣ୍ଡିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ଘଟଣାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବିଜେପି ଟାର୍ଗେଟ କରି କହିଛନ୍ତି ଯେ ନିର୍ବାଚନ ଆୟୋଗ ଏହିଭଳି ଅଭିଯୋଗ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ସେ କହିଛନ୍ତି ଯେ ରାଷ୍ଟ୍ରୀୟ ଦଳଙ୍କ ଦ୍ୱାରା ଇଭିଏମ ଆବଶ୍ୟକତାର ଉପଯୋଗର ପୁନଃମୂଲ୍ୟାଙ୍କନ କରାଯିବ ଉଚିତ।
ପ୍ରିୟଙ୍କା କହିଛନ୍ତି ଯେ ଯେଉଁମାନେ ବିଜେପିର ପର୍ଦାଫାଶ କରିଛନ୍ତି ସେମାନଙ୍କ ଉପରେ ଆରୋପ ଲଗାଇବାକୁ ବିଜେପି ନିଜର ମିଡ଼ିଆ ତନ୍ତ୍ର ଉପଯୋଗ କରିଥାଏ। ସେ କହିଛନ୍ତି ଯେବେ ବି ଇଭିଏମ କୌଣସି ପ୍ରାଇଭେଟ ଗାଡିରେ ଧରା ପଡିଥାଏ ସେତେବେଳେ ଏହିସବୁ ଜିନିଷ ଥାଏ। ସେଗୁଡିକ ହେଲା, ୧. ଗାଡି ସାଧାରଣତଃ ବିଜେପି ପ୍ରାର୍ଥୀ କିମ୍ବା ତାଙ୍କ ସହଯୋଗୀଙ୍କ ହୋଇଥାଏ, ୨. ଭିଡିଓକୁ କେବଳ ଏକ ଘଟଣା ବୋଲି କହି ଭ୍ରମ ଭାବେ ଖାରଜ କରିଦିଆଯାଇଥାଏ, ୩. ବିଜେପି ସେମାନଙ୍କ ଉପରେ ନିଜ ମିଡ଼ିଆ ତନ୍ତ୍ର ଉପଯୋଗ ସେମାନଙ୍କ ଉପରେ ଆରୋପ ଲଗାଇବାକୁ କରିଥାଏ ଯେଉଁମାନେ ଭିଡିଓ ଜରିଆରେ ପର୍ଦାଫାଶ କରିଥାନ୍ତି।
ସୂଚନାଯୋଗ୍ୟ ଯେ, ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ଦିନ ଆସାମରେ ୭୭.୨୧ ପ୍ରତିଶତ ମତଦାନ ହୋଇଛି।