Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ବିଜେପି ପ୍ରାର୍ଥୀଙ୍କ କାରରୁ ଇଭିଏମ ଜବତ ମାମଲା, ଅମିତ୍ ଶାହା କହିଲେ- କିଏ ରୋକିଛି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନିର୍ବାଚନ ଆୟୋଗ

2/04/2021 at 7:39 PM

କୋଲକାତା ୦୨।୦୪: ଆସାମର କରିମଗଞ୍ଜ ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ କାରରୁ ଇଭିଏମ ଜବତ ହେବା ଘଟଣାରେ ରାଜନୀତି ସରଗରମ ହୋଇ ଉଠିଛି। ଏହା ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ଏହି ବିଷୟରେ ମୋ ପାଖରେ ବିସ୍ତୃତ ସୂଚନା ନାହିଁ।

ବିଜେପି ପ୍ରାର୍ଥୀଙ୍କ ଗାଡିରୁ ଇଭିଏମ୍ ଜବତ ହେବା ନେଇ ଶାହା କହିଛନ୍ତି ଯେ, ମୁଁ ଗୁରୁବାର ଦକ୍ଷିଣ ଭାରତ ଗସ୍ତରେ ଥିଲି। ଶନିବାର ରାତିରେ ମୁଁ ଏହା ଉପରେ ପଚାରି ବୁଝିବି। ନିର୍ବାଚନ ଆୟୋଗଙ୍କୁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ପାଇଁ ରୋକା ଯାଇ ନାହିଁ। ଆୟୋଗଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। ଆଇନ ଅନୁସାରେ ଆୟୋଗ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

ଆସାମର କରିମଗଞ୍ଜ ଜିଲ୍ଲାରେ ଏକ କାରରୁ ଇଭିଏମ ଜବତ ହେବା ଘଟଣାରେ ମାହୋଲ ଉତ୍ତେଜନା ରହିଛି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କାରର ଭିଡିଓ ଟ୍ଵିଟ୍ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି, ଯେଉଁ କାରରୁ ଇଭିଏମ୍ ଜବତ  ହୋଇଛି ତାହା ପଥରକାଣ୍ଡି ବିଧାନସଭା ଆସନର ପ୍ରାର୍ଥୀ କୃଷ୍ପେନ୍ଦୁ ପାଲଙ୍କର।

ଏହି ମାମଲାରେ ନିର୍ବାଚନ ଆୟୋଗ ଚାରି ମତଦାନ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠୁ ବିସ୍ତୃତ ରିପୋର୍ଟ ତଲବ କରିଛି। ସବୁଠୁ ବଡ କଥା କାରରେ ନା ନିର୍ବାଚନ ଆୟୋଗର କୌଣସି ଅଫିସର ଥିଲେ ନା କାର ଭିତରେ କୌଣସି ସୁରକ୍ଷା ଥିଲା।

   Related Posts